ସ୍କାନ୍‌ ପାଇଁ ଗଲେ ଟିମ୍‌ ଇଣ୍ଡିଆର ଆହତ ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା

Advertisment
ସ୍କାନ୍‌ ପାଇଁ ଗଲେ ଟିମ୍‌ ଇଣ୍ଡିଆର ଆହତ ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା

Image Courtesy of Zee News

ମେଲବର୍ଣ୍ଣ: ସିଡ୍‌ନିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍‍ କ୍ରିକେଟ୍‌ର ତୃତୀୟ ଦିନ ଖେଳରେ ବ୍ୟାଟିଙ୍ଗ୍‌ କରୁଥିବା ବେଳେ ଆହତ ହୋଇଥିବା ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ସ୍କାନିଙ୍ଗ୍‌ ପାଇଁ ନିଆଯାଇଛି।

ପନ୍ତଙ୍କ କହୁଣି ଓ ଜାଡ଼େଜାଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି।

ଟୁଇଟ୍‌ କରି ‘ବିସିସିଆଇ’ କହିଛି ଯେ, ସ୍କାନ୍‌ ହେବା ନିମନ୍ତେ ‘ଓ୍ଵିକେଟ୍‌କିପର୍‌-ବ୍ୟାଟ୍‌ସ୍‌ମ୍ୟାନ୍‌’ ଡାକ୍ତରଖାନାକୁ ଯାଇଛନ୍ତି। ତେଣୁ, ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ର ଦ୍ୱିତୀୟ ଇନିଙ୍ଗ୍‌ସ୍‌ରେ ଭାରତ ପକ୍ଷରୁ ଉଇକେଟ୍‌ ରକ୍ଷକ ହେବେ ଋଦ୍ଧିମାନ ଶାହା।

ପ୍ୟାଟ୍‌ କୁମିନ୍‌ସ୍‌ଙ୍କର ଏକ ସର୍ଟ ଡେଲିଭରି ବଲ୍‌କୁ ପନ୍ତ ମୁକାବିଲା କରିବାରେ ବିଫଳ ହେବାରୁ ତାହା ତାଙ୍କ କହୁଣିରେ ବାଜିଥିଲା। ଟିମ୍‌ ଫିଜିଓମାନେ ତୁରନ୍ତ ଚିକିତ୍ସା କରିଥିଲେ ମଧ୍ୟ ପରେ ବ୍ୟାଟିଙ୍ଗ୍‌ କରିବା ବେଳେ ବାମହାତୀ ବ୍ୟାଟ୍‌ସ୍‌ମ୍ୟାନ୍‌ ପନ୍ତ କଷ୍ଟ ଅନୁଭବ କରିଥିଲେ।

publive-image Image Courtesy of Zee News

ଏହା ବ୍ୟତିରେକେ, ଭାରତୀୟ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜା ମଧ୍ୟ ବ୍ୟାଟିଙ୍ଗ୍‌ କରୁଥିବା ବେଳେ ଆହତ ହୋଇଛନ୍ତି ବୋଲି ‘ବିସିସିଆଇ’ ଟୁଇଟ୍‌ କରି ଜଣାଇଛି। ସ୍କାନ୍‌ ପାଇଁ ତାଙ୍କୁ ମଧ୍ୟ ଡାକ୍ତରଖାନାକୁ ନିଆଯାଇଛି। ଇନିଙ୍ଗ୍‌ସ୍‌ ଶେଷ ଆଡ଼କୁ ମିସେଲ୍‌ ଷ୍ଟାର୍କଙ୍କ ବଲ୍‌କୁ ଖେଳିବାକୁ ଯାଉଥିବା ବେଳେ ଜାଡ଼େଜାଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଆହତ ହୋଇ ମଧ୍ୟ ଜାଡ଼େଜା ପନ୍ତଙ୍କ ଭଳି ଖେଳିଥିଲେ। ଭାରତୀୟ ଦଳ ଅଲ୍‌-ଆଉଟ୍‌ ହେବା ବେଳକୁ ସେ ୩୭ଟି ବଲ୍‌ରେ ୨୮ ରନ୍‌ କରି ଆଉଟ୍‌ ହୋଇ ନ ଥିଲେ।

ସ୍ମରଣଯୋଗ୍ୟ, ଏହି ସିରିଜ୍‌ର ପ୍ରାରମ୍ଭରେ ଭାରତୀୟ କ୍ରିକେଟର୍‌ ମହମ୍ମଦ ଶାମି ଓ ଉମେଶ ଯାଦବ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe