ନୂଆଦିଲ୍ଲୀ: ନୂଆ ପ୍ରଶିକ୍ଷକ ଇଗୋର୍ ଷ୍ଟିମାକ୍ଙ୍କ ଅଧୀନରେ ଭାରତୀୟ ଫୁଟ୍ବଲ୍ ଦଳ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଆୟୋଜିତ ଅନ୍ତଃମହାଦେଶୀୟ କପ୍ ଖେଳିବାକୁ ପ୍ରସ୍ତୁତ ହେଉଛି। ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ତାଜିକସ୍ତାନ ରହିବ। ଉଦ୍ଘାଟନୀ ଦିବସରେ ତାଜିକସ୍ତାନକୁ ଭେଟିବା ପରେ ଭାରତୀୟ ଦଳ ୧୩ରେ ଉତ୍ତର କୋରିଆ ଏବଂ ୧୬ ତାରିଖରେ ସିରିଆ ସହ ଖେଳି ରାଉଣ୍ଡ ରବିନ୍ ପର୍ଯ୍ୟାୟ ଶେଷ କରିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ୨ ଦଳ ହିଁ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବେ। ଫାଇନାଲ୍ ଜୁଲାଇ ୧୮ ତାରିଖରେ ଖେଳାଯିବ। ଗତ ଏପ୍ରିଲ ମାସରେ ସଦ୍ୟ ପ୍ରକାଶିତ ଫିଫା ମାନ୍ୟତା ତାଲିକାରେ ସିରିଆ ୮୩ତମ ସ୍ଥାନରେ ରହିଥିଲା ବେଳେ ତାଜିକସ୍ତାନ ଓ ଉତ୍ତର କୋରିଆ ଯଥାକ୍ରମେ ୧୨୦ ଓ ୧୨୧ତମ ସ୍ଥାନରେ ରହିଛନ୍ତି। ଅନ୍ତଃମହାଦେଶୀୟ କପ୍ ଆୟୋଜକ ଭାରତ ଫିଫା ମାନ୍ୟତାରେ ୧୦୧ତମ ସ୍ଥାନରେ ଅଛି। ଗତବର୍ଷ ଅନ୍ତଃମହାଦେଶୀୟ କପ୍ରେ ଭାତର ବିଜେତା ହୋଇଥିଲା। ଫାଇନାଲ୍ରେ ଦଳ କେନିଆକୁ ପରାସ୍ତ କରିଥିଲା। ଗତବର୍ଷ ଭାରତ ଓ କେନିଆ ବ୍ୟତୀତ ଅନ୍ୟ ଦୁଇ ଦଳ ଭାବେ ନ୍ୟୁଜିଲାଣ୍ଡ୍ ଓ ଚାଇନିଜ୍ ତାଇପେ ଅଂଶଗ୍ରହଣ କରିଥିଲେ। ଏଥର ଗତଥରର ବିଜେତା ଭାରତ ସାଙ୍ଗକୁ ତାଜିକସ୍ତାନ, ଉତ୍ତର କୋରିଆ ଓ ସିରିଆ ସାମିଲ ହୋଇଛନ୍ତି।
ଅନ୍ତଃମହାଦେଶୀୟ କପ୍:ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ତାଜିକସ୍ତାନ
Advertisment
Follow Us