ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଜିତିଲା ଭୁବନେଶ୍ବର

Advertisment
ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଜିତିଲା ଭୁବନେଶ୍ବର

ଭୁବନେଶ୍ବର: ଓସିଏ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରରେ ଭୁବନେଶ୍ବର-ଏ ବିଜେତା ହୋଇଛି। ମଙ୍ଗଳବାର ଡ୍ରିମ୍ସ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ଦଳ ୬ ୱିକେଟ୍‌ରେ କଟକ-ଏ’କୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା କଟକ ଦଳ ୪୭ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା। ଅଧିନାୟକ ଶଶାଙ୍ଗ ରୁଙ୍ଗଟା ୪୭, ବିଶ୍ବସ୍ବାଗତ ଭଟ୍ଟାଚାର୍ଯ୍ୟ ୨୮ ଓ ପ୍ରତ୍ୟୁଷ ପ୍ରଧାନ ୨୮ ରନ୍‌ କରିଥିଲେ।

ଭୁବନେଶ୍ବରର ଅଂଶୁମାନ ବେଜ, ଆଶୁତୋଷ ନାୟକ ଓ ସମ୍ବିତ ବରାଳ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭୁବ‌‌ନେଶ୍ବର ଦଳ ୩୮.୩ ଓଭରରେ ୧୫୫/୪ କରି ମ୍ୟାଚ୍‌ ଜିତି ନେଇଥିଲା। ଏମ୍‌ଜି ଗୋପାଳ ୪୪ ରନ୍‌ କରି ଆଉଟ ହୋଇଥିଲା ବେଳେ ସାଇ ଶୁଭମ ୩୧* ଓ ସମ୍ବିତ ବରାଳ ୨୮* ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। କଟକ ପକ୍ଷରୁ ସାଇଦୀପ ମହାପାତ୍ର ଓ ଭକ୍ତି ସାଗର ନାୟକ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ବିତ ବରାଳ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଉଦ୍‌ଯାପନୀ ଉତ୍ସବ‌ରେ ମୁଖ୍ୟ ଅତିଥି ଭାବେ ଡ୍ରିମ୍ସ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ଏବଂ ସମ୍ମାନିତ ଅତିଥି ଭାବେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସିଇଓ ସୁବ୍ରତ କୁମାର ବେହେରା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe