୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଶ୍ରେଷ୍ଠଙ୍କୁ ପୁଣି ୭ ଵିକେଟ୍‌

Advertisment

ମୟୂରଭଞ୍ଜକୁ ହରାଇଲା ସମ୍ବଲପୁର

ମୟୂରଭଞ୍ଜକୁ ହରାଇଲା ସମ୍ବଲପୁର

୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା  କ୍ରିକେଟ୍‌: ଶ୍ରେଷ୍ଠଙ୍କୁ ପୁଣି ୭ ଵିକେଟ୍‌

କଟକ: ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ସମ୍ବଲପୁରର ଶ୍ରେଷ୍ଠ ସି˚ହ ପୁଣି ଥରେ ନିଜ ସ୍ପିନ୍‌ ଯାଦୁଗରୀ ଦେଖାଇଛନ୍ତି। ଶୁକ୍ରବାର ମୟୂରଭଞ୍ଜ ବିପକ୍ଷରେ ପୁଣି ଥରେ ୭ ଵିକେଟ୍‌ ଅକ୍ତିଆର କରିଛନ୍ତି। କେବଳ ଏତିକି ନୁହେଁ ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏଥିପୂର୍ବରୁ ବୁଧବାର କଟକ ବି’ ବିପକ୍ଷରେ ସେ ୧୭ ରନ୍‌ ବ୍ୟୟ କରି ୭ ଵିକେଟ୍‌ ପାଇଥିଲେ। ଗୁରୁବାର ଦେଓଗଡ଼ ବିପକ୍ଷରେ ୬ ଵିକେଟ ଦଖଲ କରିଥିଲେ। ଫଳରେ ସେ ତିନିଟି ମ୍ୟାଚ୍‌ରୁ ମୋଟ ୨୦ ଵିକେଟ୍‌ ନେଇ ବୋଲରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ସମ୍ବଲପୁର, କଟକ ଏ’, ଭୁବନେଶ୍ବର ଏ’, କଟକ ବି’, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ବିଜୟୀ ହୋଇଛନ୍ତି। ରେଭେନ୍ସା ୧ ନମ୍ବର ପଡ଼ିଆରେ ସମ୍ବଲପୁର ୭୯ ରନ୍‌ରେ ମୟୂରଭଞ୍ଜକୁ ହରାଇଛି। କମ୍‌ ସ୍କୋର୍‌ ହୋଇଥିବା ଏହି ମ୍ୟାଚ୍‌ରେ ମୟୂରଭଞ୍ଜ ସମ୍ମୁଖରେ ସମ୍ବଲପୁର ୧୧୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ସମ୍ବଲପୁର ପାଇଁ ପ୍ରକାଶ ମୌର୍ଯ୍ୟ ୨୮, ପ୍ରତୀକ ପାଣ୍ତେ ୩୨ ଓ ଅତିରିକ୍ତ ଭାବେ ୨୪ ରନ୍‌ ସ˚ଗ୍ରହ ହୋଇଥିଲା। ମୟୂରଭଞ୍ଜର ସାଗର ହେମ୍ବ୍ରମ ୩ ଵିକେଟ୍‌ ପାଇଥିଲେ। ହେଲେ ମୟୂରଭଞ୍ଜ ଦୟନୀୟ ବ୍ୟାଟି˚ କରି ମାତ୍ର ୩୫ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳର ଶ୍ରେଷ୍ଠ ସି˚ହ ପୁଣି ଥରେ ବୋଲି˚ କରାମତି ଦେଖାଇଥିଲେ। ସେ ୫.୩ ଓଭର ବୋଲି˚ କରି ୩ ମେଡେନ୍‌ ଓ ୩ ରନ୍‌ ବ୍ୟୟ କରି ୭ ଵିକେଟ୍‌ ଅକ୍ତିଆର କରିଥିଲେ।

ରେଭେନ୍ସା ୨ନମ୍ବର ପଡ଼ିଆରେ କଟକ ଏ’ ୮ ଵିକେଟ୍‌ରେ ସୋନପୁରକୁ ହରାଇଛି। ସୋନପୁର ୧୬.୫ ଓଭରରେ ୩୧ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। କୌଣସି ଖେଳାଳି ଦୁଇଅଙ୍କରେ ପହଞ୍ଚିପାରିନଥିଲେ। କଟକର ଚର୍ଚ୍ଚିତ ବେହେରା ୧୪ ରନ୍‌ ବ୍ୟୟ କରି ୫ ଵିକେଟ୍‌ ପାଇଥିଲେ। ତାଙ୍କ ବ୍ୟତୀତ ସାଇଦୀପ ମହାପାତ୍ର ଓ ଶଶାଙ୍ଗ ରୁଙ୍ଗତା ୨ ଵିକେଟ୍‌ ଲେଖାଏଁ ପାଇଥିଲେ। ଏହି ସହଜସାଧ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ କଟକ ଏ’କୁ ଦୁଇ ଵିକେଟ୍‌ ହରାଇବାକୁ ପଡ଼ିଥିଲା। ପ୍ରାରମ୍ଭିକ ଯୋଡ଼ି ସୟଦ ଅହମ୍ମଦ (୯) ଓ ପ୍ରତ୍ୟୁଷ ପ୍ରଧାନ (୫) ଆଉଟ୍‌ ହୋଇଥିଲା ବେଳେ ଦଳ ୬.୨ ଓଭରରେ ବିଜୟୀ ହୋଇଥିଲା।  ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର ଏ’ ୮ ଵିକେଟ୍‌ରେ ନୂଆପଡ଼ାକୁ ପରାସ୍ତ କରିଛି। ନୂଆପଡ଼ା ୭୧ ରନ୍‌ କରିଥିଲା ବେଳେ ରିତେଶ ଆଚାର୍ଯ୍ୟ ୪, ଅ˚ଶୁମାନ ବେଜ୍‌ ୩, ଆଶୁତୋଷ ନାୟକ ୨, ଶୁଭମ୍‌ ଶ୍ରୀ ୧ ଵିକେଟ୍‌ ଅକ୍ତିଆର କରିଥିଲେ। ପରେ ସାଇ ଶୁଭମ୍‌ଙ୍କ ୪୧ ରନ୍‌ ସହାୟତାରେ ଭୁବନେଶ୍ବର ଏ’ ଦୁଇ ଵିକେଟ୍‌ ହରାଇ ୧୦.୨ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା।

ଡ୍ରିମ୍ସ ଷ୍ଟାଡିୟମରେ କଟକ ବି’ ୭ ଵିକେଟ୍‌ରେ ଦେଓଗଡ଼କୁ ମାତ୍‌ ଦେଇଛି। ପ୍ରବୀଣ ତିର୍କିଙ୍କ ୨୭ ଓ ଚର୍ଚ୍ଚିଲ ସେଠୀଙ୍କ ୧୦ ରନ୍‌ ସହାୟତାରେ ଦେଓଗଡ଼ ୨୨.୧ ଓଭରରେ ସମସ୍ତ ଵିକେଟ ହରାଇ ୭୯ ରନ୍‌ କରିଥିଲା। ମନୋର˚ଜନ ଦାସ ୪, ସୁମୀତ ରାଉତ ୩, ରାକେଶ ସାହୁ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କଟକ ଦଳ ୧୧.୩ ଓଭରରେ ତିନିଟି ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ସିଦ୍ଧାର୍ଥ ନାୟକ ୧୮, ରଶ୍ମିର˚ଜନ ଷଡ଼ଙ୍ଗୀ ୧୫, ନନ୍ଦନ ରାଉତ ୨୫*, ସମ୍ବିତ ସାହୁ ୧୫* ରନ୍‌ କରି ଦଳକୁ ଜିତାଇଥିଲେ। ବୋସ୍‌ ପଡ଼ିଆରେ ବଲାଙ୍ଗୀର ୫ ଵିକେଟ୍‌ରେ ଅନୁଗୁଳକୁ ପରାସ୍ତ କରିଛି। ଅନୁଗୁଳ ୧୭୦ ରନ୍‌ କରିଥିଲା। ରାକେଶ ବିଶ୍ବାଳ ୭୧, ରାଜଦୀପ ଦାସ ୨୪, ମିଲନ ସାମଲ ୨୧ ରନ୍‌ ଯୋଡ଼ିଥିଲେ। ବଲାଙ୍ଗୀରର ସୌଭାଗ୍ୟ ପଟେଲ ଓ ଆୟୁଷ ପାଣିଗ୍ରାହୀ ତିନିଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ଆୟୁଷ ସାହୁ (୨୬), ଗୌରବ କୁମ୍ଭାର (୧୧), ସନ୍ଦୀପ ବେହେରା (୫), ଅମନ ମଟାରି (୪), ଅମିତାଭ ସରଫ (୧୭)ଙ୍କ ଵିକେଟ୍‌ ହରାଇ ବଲାଙ୍ଗୀର ବିଜୟୀ ହୋଇଥିଲା। ପୁରୁଷୋତ୍ତମ ପ୍ରଧାନ ୩୬* ଓ ରାକେଶ ସାହୁ ୩୯* ରନ୍‌ କରି ଅପରାଜିତ ରହିଥିଲେ।

ନିମପୁରରେ କେନ୍ଦ୍ରାପଡ଼ା ୯୦ ରନ୍‌ରେ ଢେଙ୍କାନାଳକୁ ହରାଇଛି। କେନ୍ଦ୍ରାପଡ଼ା ୪୭.୨ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା। କିରଣ ମହାନ୍ତି ୨୧, ସୌମିତ୍ର ବିଶ୍ବାଳ ୨୩, ଅନୁରାଗ ମଲ୍ଲିକ ୨୯ ରନ୍‌ କରିଥିଲେ। ଶିବଶଙ୍କର ପଣ୍ତା ୩, ଆକାଶ ପୁହାଣ ୨ ଵିକେଟ୍‌ ନେଇଥିଲେ। ଜବାବରେ ଢେଙ୍କାନାଳ ୧୯ ଓଭରରେ ୭୧ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ବସୁଦେବ ମଲ୍ଲଙ୍କ ୫ ଵିକେଟ୍‌ ସଫଳତା ସହ ଶ୍ରୀକାନ୍ତ ସାହୁ ୩ ଓ ଅମୂଲ୍ୟ ନାୟକ ୨ ଵିକେଟ୍‌ ନେଇ ଦଳକୁ ସହଜ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe