ଅନ୍ତଃଜିଲ୍ଲା ସିପକଟାକ୍ର: ରାୟଗଡ଼ା ପୁରୁଷ, କିସ୍‌ ମହିଳା ବିଜେତା

Advertisment
ଅନ୍ତଃଜିଲ୍ଲା ସିପକଟାକ୍ର: ରାୟଗଡ଼ା ପୁରୁଷ, କିସ୍‌ ମହିଳା ବିଜେତା

ପୁରୀ : ତାଳବଣିଆରେ ଅନ୍ତଃଜିଲ୍ଲା ସିପକଟାକ୍ର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ରାୟଗଡ଼ା ଓ ମହିଳା ବର୍ଗରେ କିସ୍‌ ବିଜେତା ହୋଇଛନ୍ତି। ପ୍ରତିଯୋଗିତାରେ ମୋଟ ୮ ପୁରୁଷ ଓ ୫ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ବର୍ଗରେ କଟକ, କିସ୍, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, ଭଦ୍ରକ, ଜଗତସିଂହପୁର ଓ ପୁରୀ ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ମହିଳାରେ ଭଦ୍ରକ, କିସ୍‌, ଜଗତସିଂହପୁର, କଟକ ସହର ଓ କଟକ ଜିଲ୍ଲା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଉଦ୍‌ଯାପନୀ ସମାରୋହରେ ହାଇଟେକ୍‌ ଗ୍ରୁପ୍‌ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୃଥ୍ବୀରାଜ ସାହୁ, ସଞ୍ଜୟ କୁମାର ନାୟକ, ଦେବପ୍ରସାଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ରାମଚନ୍ଦ୍ର ବାରିକ, ସ୍ବରୂପ କୁମାର ସେନାପତି, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ବାରିକ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe