ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଫାଇନାଲ୍‌ ଆଜି: ବିପ୍ଳବ, ଅଭିଷେକଙ୍କ ଅର୍ଧଶତକ; ଫାଇନାଲରେ କଟକ ଏ’

Advertisment
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଅଭିଷେକ ଓଡ଼ିଶା ଅଧିନାୟକ: ଆଶୀର୍ବାଦ, ଓମ୍‌, ସୁଶୀଲ ଓ ମୁସ୍ତାକ ନୂଆ ମୁହଁ

କଟକ: କଟକ ଏ’ ଓସିଏ ଅନ୍ତଃଜିଲ୍ଲା ପୁରୁଷ ଟ୍ବେଣ୍ଟି-୨୦ ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ସୁପରଲିଗ୍‌ ପର୍ଯ୍ୟାୟରେ ଦୁଇଟି ଯାକ ମ୍ୟାଚ୍‌ ଜିତି କଟକ ଏ’ ଏହି ସଫଳତା ପାଇଛି। ସୋମବାର କଟକ ଏ’ ୫୮ ରନ୍‌ରେ ଭୁବନେଶ୍ବର ବି’କୁ ହରାଇଛି। ତେବେ ଫାଇନାଲ୍‌ର ଅନ୍ୟ ଦଳ କିଏ ହେବ, ତାହା ମଙ୍ଗଳବାର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ନିର୍ଧାରିତ ହେବ। ଏଠାରେ ଇକୋର୍ସା ଓ କଟକ ବି’ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନସୁଦ୍ଧା ଏହି ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି। ଯେଉଁଥିରେ ଇକୋର୍ସା ବିଜୟୀ ହେବା ସହ ୧.୪୬୪ ରନ୍‌ ରେଟ୍‌ରେ ଟେବୁଲ ଶୀର୍ଷରେ ରହିଛି। କଟକ ବି’ ଖେଳିଥିବା ଏକମାତ୍ର ମ୍ୟାଚ୍‌ରେ ପରାଜିତ ହୋଇ ବିଯୁକ୍ତ ୦.୫୪୫ ରନ୍‌ ରେଟ୍‌ରେ ନିମ୍ନରେ ରହିଛି। ସୋମବାର କଟକ ବି’କୁ ଭୁବନେଶ୍ବର ଏ’ ହରାଇ ଦଳ ତାହାର ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ହାର‌୍‌-ଜିତ୍‌ ସହ ପଏଣ୍ଟ୍‌ ଟେବୁଲର ଦ୍ବିତୀୟ ସ୍ଥାନ (-୦.୫୦୬ ରନ୍‌ରେଟ୍‌) ରେ ରହିଛି। ଯଦି ଇକୋର୍ସା ଶେଷ ମ୍ୟାଚ୍‌ରେ ବିଜୟୀ ହୁଏ, ତାହେଲେ ସ˚ଧୢାବେଳେ ସିଧାସଳଖ ଫାଇନାଲ୍‌ ଖେଳିବ। ନଚେତ୍‌ ରନ୍‌ରେଟ୍‌ରେ ଭାଗ୍ୟ ନିର୍ଧାରଣ ହେବ। ସେହିପରି ରେଭେନ୍ସା ପଡ଼ିଆରେ ଭୁବନେଶ୍ବର ବି’ ଓ ବାଲେଶ୍ବର ମଧ୍ୟରେ ଗୁରୁତ୍ବହୀନ ମ୍ୟାଚ୍‌ ଖେଳାଯିବ। ମଙ୍ଗଳବାର ସ˚ଧୢାରେ ବାରବାଟୀ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସୋମବାର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଟକ ଏ’ ବିପକ୍ଷରେ ଭୁବନେଶ୍ବର ବି’ ଟସ୍‌ ଜିତି ବୋଲି˚ କରିଥିଲା। କଟକର ଆରମ୍ଭ ସେତେଟା ଭଲ ହୋଇନଥିଲେ ବି ମଧ୍ୟକ୍ରମରେ ବିପ୍ଳବ ସାମନ୍ତରାୟ (୫୮) ଓ ଅଭିଷେକ ରାଉତ (୭୦) ତୃତୀୟ ଵିକେଟ୍‌ରେ ୮୮ ରନ୍‌ର ଭାଗୀଦାରି କରିଥିଲେ। ଷଷ୍ଠ ସ୍ଥାନରେ ଆସିଥିବା ଦୀପକ ବେହେରା ୭ ବଲ୍‌ରୁ ବିସ୍ଫୋରକ ୨୫ ରନ୍‌ ସ˚ଗ୍ରହ କରିବା ସହ ଦଳୀୟ ସ୍କୋର୍‌କୁ ୧୯୦/୫ରେ ପହଞ୍ଚାଇଥିଲେ। ଭୁବନେଶ୍ବର ବି’ ପାଇଁ ପ୍ରତୀକ ଦାସ ୫୩, ଟୁକୁନା ସାହୁ ୨୪, ସେକ୍‌ ସଲମନ ୨୯ ରନ୍‌ କରିଥିଲା ବେଳେ ଅନ୍ୟମାନେ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ। ଫଳରେ ଦଳ ନିର୍ଧାରିତ ଓଭର ବେଳକୁ ୭ ଵିକେଟ୍‌ ହରାଇ ୧୩୨ ରନ୍‌ କରିପାରିଥିଲା।

କିଟ୍‌ ଷ୍ଟାଡିୟମ୍‌ରେ ଭୁବନେଶ୍ବର ଏ’ ୬ ଵିକେଟରେ କଟକ ବି’କୁ ହରାଇଛି। ଭୁବନେଶ୍ବର ଏ’ ଟସ୍‌ ଜିତି ବୋଲି˚ କରିଥିଲା। କଟକ ବି’ ୧୯.୧ ଓଭରରେ ସମସ୍ତ ଵିକେଟ ହରାଇ ୧୨୭ ରନ୍‌ ସ˚ଗ୍ରହ କରିଥିଲା। ଆଲୋକ ସାହୁ ‌‌ଏକା ଗୋଟିଏ ପଟରୁ ୮୯ ରନ୍‌ର ପାଳି ଖେଳିଥିଲେ ବି ଅନ୍ୟପଟୁ ତାଙ୍କୁ ସହାୟତା ମିଳିନଥିଲା। ବସନ୍ତ ମହାନ୍ତି ୩ ଵିକେଟ ପାଇଥିଲେ। ୧୨୮ରନ୍‌ର ଲକ୍ଷ୍ୟକୁ ଭୁବନେଶ୍ବର ଏ’ ୧୯ ଓଭରରେ ୪ ଵିକେଟ ହରାଇ ହାସଲ କରିଥିଲା। ଶାନ୍ତନୁ ମିଶ୍ର ୪୮*, ଅନୁରାଗ ଷଡ଼ଙ୍ଗୀ ୨୦, ସନ୍ଦୀପ ପଟ୍ଟନାୟକ ୪୩* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe