ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌: କଟକ ଏ’ ଓ ଇକୋର୍ସା ବିଜୟୀ

Advertisment
ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌: କଟକ ଏ’ ଓ ଇକୋର୍ସା ବିଜୟୀ

କଟକ: ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସୁପରଲିଗ୍‌ ପର୍ଯ୍ୟାୟ ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ ଏ’ ଓ ଇକୋର୍ସା ବିଜୟୀ ହୋଇଛନ୍ତି। କମ୍‌ ସ୍କୋର ବିଶିଷ୍ଟ ଉଭୟ ମ୍ୟାଚ୍‌ରେ କୌଣସି ବ୍ୟାଟ୍‌ସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରିନାହାନ୍ତି। ରେଭେନ୍‌ସା ବିଶ୍ବବିଦ୍ୟାଳୟ ପଡ଼ିଆରେ କଟକ ଏ’ ୭ ୱିକେଟ୍‌ରେ ବାଲେଶ୍ବରକୁ ପରାସ୍ତ କରିଛି। ବାଲେଶ୍ବର ପ୍ରଥମେ ବ୍ୟାଟିଂ କରି ୧୮.୩ ଓଭରରେ ମାତ୍ର ୭୩ ରନ କରି ସମସ୍ତ ୱିକେଟ ହରାଇଥିଲା। ଖଗେଶ ମିଶ୍ର ୧୨, ନୌତମ ଭଞ୍ଜ ୧୧ ରନ ସଂଗ୍ରହ କରିଥିଲେ।

କଟକ ଏ’ର ସୁନୀଲ କୁମାର ରାଉଳ ୧୪ ରନ୍‌ରେ ୪ଟି, ଦୀପକ ବେହେରା ଓ ସୌରଭ କନୋଜିଆ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜବାବରେ କଟକ ଏ’ ୧୪.୩ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଜ୍ୟୋତିରଞ୍ଜନ ଦଳାଇ ୨୨ ଓ ଅରବିନ୍ଦ ସିଂହ ୨୩* ରନ୍‌ କରି ଦଳକୁ ଜିତାଇଥିଲେ। କିଟ୍‌ ଗ୍ରାଉଣ୍ଡରେ ଇକୋର୍ସା ୯ ୱିକେଟ୍‌ରେ ଭୁବନେଶ୍ବର ଏ’କୁ ପରାସ୍ତ କରିଛି। ଭୁବନେଶ୍ବର ଏ’ ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭରରେ ୯୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଶାନ୍ତନୁ ମିଶ୍ର ୪୨, ଅନୁରାଗ ଷଡଙ୍ଗୀ ଓ ଦେବାଶିଷ ସାମନ୍ତରାୟ ୧୦ ରନ୍‌ ଲେଖାଏଁ କରିଥିଲେ। ଇକୋର୍ସା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଏବଂ ଜୟନ୍ତ ବେହେରା ଓ ଆଲୋକ ମଙ୍ଗରାଜ ୨ଟି ଲେଖାଏଁ ୱିକେଟ ନେଇଥିଲେ। କାମେଶ୍ବର ବାରିକଙ୍କ ଅପରାଜିତ ୪୩ ଓ ଗିରିଜା ରାଉତଙ୍କ ୨୭ ରନ ସହାୟତାରେ ପୂର୍ବତଟ ରେଳବାଇ ୧୫.୪ ଓଭରରେ ୧ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା। କିଟ୍‌ରେ ଅତିଥି ଭାବେ ମଙ୍ଗଳା କ୍ଲବ୍‌ର ଶିବବ୍ରତ ମଲ୍ଲିକ ଓ ରେଭେନ୍‌ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ବରଗଡ଼ ଜିଲ୍ଲା କ୍ରିକେଟ୍‌ ସଂଘ ତଥା ଓସିଏ ସଦସ୍ୟ ରବି ନାରାୟଣ ପଣ୍ଡା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe