ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ୍‌: ଶ୍ରେୟାଂଶୁ, ଆଶୀର୍ବାଦଙ୍କ ଶତକ, ଫାଇନାଲ୍‌ରେ ଆଜି ଭୁବନେଶ୍ବର ‘ବି’-ଓଡ଼ିଶା ‘ଡି’

Advertisment
ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ୍‌: ଶ୍ରେୟାଂଶୁ, ଆଶୀର୍ବାଦଙ୍କ ଶତକ, ଫାଇନାଲ୍‌ରେ ଆଜି ଭୁବନେଶ୍ବର ‘ବି’-ଓଡ଼ିଶା ‘ଡି’

କଟକ : ଓସିଏ ପକ୍ଷରୁ ଆୟୋଜିତ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା ଦିନିକିଆ କ୍ରିକେଟ ପ୍ରତିଯୋଗିତାର ସୁପରଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିରେ ଭୁବନେଶ୍ବର ‘ବି’ ଏବଂ ଓଡ଼ିଶା ‘ଡି’ ମୁହାଁମୁହିଁ ହେବେ।

ଶନିବାର ଶେଷ ସୁପରଲିଗ୍ ମ୍ୟାଚ୍‌ରେ ରେଷ୍ଟ ଅଫ୍ ଓଡ଼ିଶା ‘ଡି’, ରାଉରକେଲା, ଯାଜପୁର ଓ ସମ୍ବଲପୁର ବିଜୟୀ ହୋଇଥିଲେ। ଏମଜିଏମ୍ ଗ୍ରାଉଣ୍ଡ‌ରେ ରେଷ୍ଟ ଅଫ୍ ଓଡ଼ିଶା ‘ଡି’ ୧୪୭ ରନ୍‌ରେ ଭୁବନେଶ୍ବର ‘ଏ’କୁ ହରାଇଛି। ଓଡ଼ିଶା ‘ଡି’ ୩ ୱିକେଟ୍ ହରାଇ ୨୯୧ ରନ୍ କରିଥିଲା। ଶ୍ରେୟ‌ାଂସୁ ଭରଦ୍ବାଜ ୧୪୫ ବଲ୍‌ରୁ ୧୪୯ ରନ୍ କରି ଅପରାଜିତ ରହିଥିଲେ। ଜବାବରେ ଭୁବନେଶ୍ବର ‘ଏ’ ଦଳ ୩୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସମର୍ଥ ହୋଇଥିଲା। ଡ୍ରିମ୍‌ସ ପଡିଆରେ ରାଉରକେଲା ‌୧୧୨ ରନରେ ରେଷ୍ଟ୍‌ ଅଫ୍ ଓଡ଼ିଶା ‘ଏ’କୁ ହରାଇଛି। ଆଶୀର୍ବାଦ ସ୍ବାଇଁଙ୍କ ୧୨୦ ବଲ୍‌ରୁ ୧୮୪ ରନ୍ ସହାୟତାରେ ରାଉରକେଲା ୮ ୱିକେଟ୍ ହରାଇ ୩୪୫ ରନ୍ କରିଥିଲା। ଜବାବରେ ରେଷ୍ଟ୍‌ ଅଫ୍ ଓଡ଼ିଶା ‘ଏ’ ୯ ୱିକେଟ୍ ବିନିମୟରେ ୨୩୩ ରନ୍ କରିଥିଲା।

ସନସାଇନ୍ ପଡିଆରେ ଯାଜପୁର ୮ ୱିକେଟ୍‌ରେ ରେଷ୍ଟ୍‌ ଅଫ୍ ଓଡ଼ିଶା ‘ସି’କୁ ହରାଇଛି। ଓଡ଼ିଶା ‘ସି’ ୪୧.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଜବାବରେ ଯାଜପୁର ୩୦.୫ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବାରବାଟୀ ଷ୍ଟାଡିୟମରେ ସମ୍ବଲପୁର ୬ ୱିକେଟ୍‌ରେ ରେଷ୍ଟ୍‌ ଅଫ୍ ଓଡ଼ିଶା ‘ବି’କୁ ପରାସ୍ତ କରିଛି। ରେଷ୍ଟ୍‌ ଅଫ୍ ଓଡ଼ିଶା ‘ବି’ ୭ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା। ଜବାବରେ ସମ୍ବଲପୁର ଦଳ ୪୮.୩ ଓଭରରେ ୪ ୱିକେଟ୍ ହରାଇ ୨୬୭ ରନ୍ କରି ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe