ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଟିଟି ଓ ନେଟ୍‌ବଲ

Advertisment

ଉତ୍କଳର ଦ୍ୱିତୀୟ ବିଜୟ

ଉତ୍କଳର ଦ୍ୱିତୀୟ ବିଜୟ

ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଟିଟି ଓ ନେଟ୍‌ବଲ

ଭୁବନେଶ୍ୱର: ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଟେବୁଲ ଟେନିସ୍‌ (ଟିଟି) ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ନକ୍‌ଆଉଟ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲକୁ ୩-୦ରେ ପରାସ୍ତ କରିଥିବା ଉତ୍କଳ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟକୁ ମଧ୍ୟ ସମାନ ୩-୦ ସେଟ୍‌ରେ ପରାସ୍ତ କରିଦେଇଛି। ଅନ୍ୟପକ୍ଷରେ କର୍ଣ୍ଣାଟକର ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ନେଟ୍‌ବଲ୍‌ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଥମ ମ୍ୟାଚ୍‌ରେ ୱାକ୍‌ଓଭର ପାଇବା ପରେ ଦିତୀୟ ମ୍ୟାଚ୍‌ରେ ରାଞ୍ଚି ବିଶ୍ୱବିଦ୍ୟାଳୟକୁ ୨୪-୨୦ ପଏଣ୍ଟ୍‌ରେ ପରାସ୍ତ କରିଛି। ଉତ୍କଳ ଦଳ ପକ୍ଷରୁ ଭାରତୀ ପଟ୍ଟନାୟକ ସର୍ବାଧିକ ୧୮ ଓ ସାହିଦ ଇମ୍ରନ ୬ ପଏଣ୍ଟ୍‌ ସୌକାର୍‌ କରିଥିଲେ। ପରବର୍ତୀ ମ୍ୟାଚ୍‌ରେ ଉତ୍କଳ ଟିଟି ଦଳ ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟକୁ ଭେଟିବାକୁ ଥିଲା ବେଳେ ନେଟ୍‌ବଲ୍‌ ଦଳ ତାମିଲନାଡୁର ଆରତି ଦର୍ଶନ ବିଶ୍ୱବିଦ୍ୟାଳୟକୁ ଭେଟିବ ବୋଲି କ୍ରୀଡା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଜଣାଇଛନ୍ତି।

ନେଟ୍‌ବଲ ଦଳ: ନିଲି ସେଠୀ, ଅନିତା ମଙ୍ଗରାଜ, ଅପର୍ଣା ମହାନ୍ତି, ଜୟଶ୍ରୀ ପଣ୍ଡା, ସସ୍ମିତା ରାନୀ ମିଶ୍ର, ସୁଗୁପ୍ତା ପରବୀନ, ଭାରତୀ ପଟ୍ଟନାୟକ, ଶୁଭଶ୍ରୀ ପାତ୍ର, ଲାବଣ୍ୟପ୍ରଭା ପ୍ରଧାନ , ଏମ୍ରାନ ଆକ୍‌ବର। ପ୍ରବନ୍ଧକ- ବସନ୍ତ କୁମାର ଲେଙ୍କା। ଟେବୁଲ ଟେନିସ୍‌ ଦଳ: ବିଦିଶା ପଟ୍ଟନାୟକ, ଅନୁଷ୍କା ନାୟକ, ସୁନେତ୍ରା ରାୟ, ବାସନା ଭକ୍ତ। ପ୍ରବନ୍ଧକ-ଦକ୍ଷବ୍ରହ୍ମ ରାଉତରାୟ, ପ୍ରଶିକ୍ଷକ-ବିଜୟ କୁମାର ରାଉତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe