ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡ଼ିଆରେ ସୋମବାରଠୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତା। ପ୍ରଥମ ମ୍ୟାଚ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୦ ୱିକେଟ୍ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟ ୧୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୦.୨ ଓଭରରେ କୌଣସି ୱିକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲାI ଦ୍ୱିତୀୟ ମ୍ୟାଚ୍ରେ ଜିଏମ ସମ୍ବଲପୁର ୪ ରନ୍ରେ କିଟ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ସମସ୍ତ ୱିକେଟ ହରାଇ ୧୧୧ ରନ କରିଥିଲା। ଜବାବରେ କିଟ୍ ଦଳ ୮ ୱିକେଟ ହରାଇ ୧୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀପ ଦାସ, ଦେବବ୍ରତ ଦାସ ଓ ପ୍ରତାପ ପାତ୍ର ଖେଳ ପରିଚାଳନା କରିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ. କିଶୋର କୁମାର ବସା ଆଜିର ଖେଳକୁ ଉଦ୍ଘାଟନ କରିଥିଲେ। ପ୍ରଫେସର ଅନିଲ କୁମାର ବିଶ୍ୱାଳ, ପ୍ରଫେସର ଜିବେନ୍ଦୁ କୁମାର ମନ୍ତ୍ରୀ ଓ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍ ଉଦ୍ଘାଟିତ: ଉତ୍କଳ ଓ ସମ୍ବଲପୁର ବିଜୟୀ
Advertisment
Follow Us