ଅନ୍ତଃଜୋନ୍‌ କନିଷ୍ଠ ମହିଳା କ୍ରିକେଟ୍‌, ପୂର୍ବାଞ୍ଚଳ ବିଜେତା

Advertisment
ଅନ୍ତଃଜୋନ୍‌ କନିଷ୍ଠ ମହିଳା କ୍ରିକେଟ୍‌, ପୂର୍ବାଞ୍ଚଳ ବିଜେତା

କଟକ: ଚେନ୍ନାଇରେ ଶେଷ ହୋଇଥିବା ଅନ୍ତଃଜୋନ୍‌ କନିଷ୍ଠ ମହିଳା କ୍ରିକେଟ୍‌ରେ ପୂର୍ବାଞ୍ଚଳ ବିଜେତା ହୋଇଛି। ବୁଧବାର ଶେଷ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୧୫ ରନ୍‌ରେ କେନ୍ଦ୍ରାଞ୍ଚଳକୁ ପରାସ୍ତ କରିଥିଲା। ଫଳରେ ଅପରାଜେୟ ରହି ବିଜେତା ହୋଇଥିଲା। ପୂର୍ବାଞ୍ଚଳ ଆଜି ୯ ଓ୍ଵିକେଟରେ ୧୫୮ ରନ୍‌ କରିଥିଲା। ପୂନମ ନାୟକ ୪୮, ଧରା ଗୁଜ୍ଜର ୪୧ ରନ୍‌ କରିଥିିଲେ। ଜବାବରେ କେନ୍ଦ୍ରାଞ୍ଚଳ ୪୭.୫ ଓଭରରେ ୧୪୩ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ସିପ୍ରା ଗିରି ୭୨ ରନ୍‌ରେ ଅପରାଜିତ ରହିଥିଲେ। ପୂର୍ବାଞ୍ଚଳର କଳ୍ପନା ନାୟକ ୩, ଇନ୍ଦ୍ରାଣୀ ଛତ୍ରିଆ ୨, ସଲ୍‌ମା ଖାତୁନ୍‌, ଶୁଭ୍ର ନିର୍ଝରିଣୀ ସ୍ୱାଇଁ, ମମତା ପାସ୍‌ଓ୍ଵାନ, ଶ୍ରେୟା କକ୍କର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ।

ଜାତୀୟ ଶିବିରରେ ପୂନମ, ଇନ୍ଦ୍ରାଣୀ
ଅନ୍ତଃଜୋନ୍‌ କନିଷ୍ଠ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ପୂର୍ବାଞ୍ଚଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଓଡ଼ିଶାର ପୁନମ ନାୟକ ଓ ଇନ୍ଦ୍ରାଣୀ ଛତ୍ରିଆ ଜାତୀୟ ୧୯ ବର୍ଷରୁ କମ୍‌ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଏହି ଶିବିର ବେଙ୍ଗାଲୁରୁରେ ଅଗଷ୍ଟ ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe