ଅନ୍ତଃମହାବିଦ୍ୟାଳୟ ଚେସ୍: ସ୍‌ସିଏସ୍‌ ପୁରୁଷ, ଏବି ସ୍ପୋର୍ଟସ ମହିଳା ବିଜେତା

Advertisment
ଅନ୍ତଃମହାବିଦ୍ୟାଳୟ ଚେସ୍: ସ୍‌ସିଏସ୍‌ ପୁରୁଷ, ଏବି ସ୍ପୋର୍ଟସ ମହିଳା ବିଜେତା

କଟକ : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଅନ୍ତଃମହାବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ସ୍ଥାନୀୟ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ଦଳଗତ ପୁରୁଷରେ ପୁରୀର ଏସ୍‌ସିଏସ୍‌ ମହାବିଦ୍ୟାଳୟ ପୂରା ୮ ପଏଣ୍ଟ ସଂଗ୍ରହ କରି ବିଜେତା ହୋଇଥିବା ବେଳେ ବିଜେବି କ‌ଲେଜ (୬ ପଏଣ୍ଟ୍‌) ଉପବିଜେତା ହୋଇଛି। ମହିଳାରେ ପାହାଳର ଅଭିନବ ବିନ୍ଦ୍ରା ସ୍ପୋର୍ଟସ ୩ ପଏଣ୍ଟ ପାଇ ବିଜେତା ଏବଂ ବିଜେବି କଲେଜ ଉପବିଜେତା ଆଖ୍ୟା ଅର୍ଜନ କରିଛି।

ଏନ୍ଏସ୍‌ଏମ୍‌ ସିଟି ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ ଦେଓଭଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ଚେସ୍ ସଂଘର ସଭାପତି ବିବେକ କୁମାର ତିବରୱାଲ ଓ ଅନ୍ତର୍ଜାତୀୟ ଚେସ୍ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍ବିଟର ତାପସ କୁମାର ମହାନ୍ତି, ମହାବିଦ୍ୟାଳୟ କ୍ରୀଡ଼ା ସଂସଦର ଉପସଭାପତି ଲେଫ୍ଟନାଣ୍ଟ ସୁମନ୍ତ କୁମାର ନାୟକ, ଧରଣୀଧର ପଣ୍ଡା, ଶାରୀରିକ କ୍ରୀଡ଼ା ପ୍ରଶିକ୍ଷକ ସନ୍ତୋଷ କୁମାର ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଆର୍ବିଟର ନିହାର ରଞ୍ଜନ ସାମଲ ଓ ଅବିନାଶ ଦାସଙ୍କ ଦ୍ୱାରା ପରିଚାଳିତ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୫ ଖେଳାଳି ଆସନ୍ତା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଚେସ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe