ଅନ୍ତଃମହାଦେଶୀୟ କପ୍‌ରେ ଛେତ୍ରୀଙ୍କ ଶତକ

Advertisment
ଅନ୍ତଃମହାଦେଶୀୟ କପ୍‌ରେ ଛେତ୍ରୀଙ୍କ ଶତକ

ମୁମ୍ବାଇ: ମୁମ୍ବାଇରେ ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଅନ୍ତଃମହାଦେଶୀୟ ୍‌ କପରେ ଭାରତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ ସୁନୀଲ ଛେତ୍ରୀ ନୂଆ କୀର୍ତ୍ତିିମାନ କରିବେ। ଏହି ପ୍ରତିଯୋଗିତାର ଭାରତ-କେନିଆ ମ୍ୟାଚ୍‌ରେ ସେ ନିଜ ଖେଳ ଜୀବନର ଶତକୀୟ ମ୍ୟାଚ୍‌ ଖେଳିବେ। ବାଇଚୁଙ୍ଗ ଭୂତିଆଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ଏହି ସଫଳତା ଲାଭ କରବେ। ୩୩ ବର୍ଷୀୟ ଛେତ୍ରୀ ୨୦୦୫ ମସିହା ଜୁନ୍‌ ୧୨ ତାରିଖରେ ପାକିସ୍ତାନ ବିପକ୍ଷରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏବେସୁଦ୍ଧା ସେ ୯୮ ମ୍ୟାଚ୍‌ ଖେଳିଛନ୍ତି। ଅନ୍ତମହାଦେଶୀୟ କପର ଚାଇନିଜ୍‌ ତାଇପେଇ ବିପକ୍ଷ ଉଦଘାଟନୀ ମ୍ୟାଚ୍‌ରେ ୯୯ ଏବଂ କେନିଆ ବିପକ୍ଷରେ ଶତକ ପୂରଣ କରିବେ। ଭୂତିଆ ଦେଶର ସଫଳତମ ଫୁଟବଲ୍‌ ତାରକା ଭାବେ ୧୦୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe