ଆନ୍ତର୍ଜାତିକ କ୍ରିକେଟ୍‌ରେ ମହିଳାଙ୍କ ଦମ୍‌, ୪୦୬୪ ପୁରୁଷଙ୍କୁ ପଛରେ ପକାଇଲେ ଟ୍ରିୟନ୍‌

Advertisment
ଆନ୍ତର୍ଜାତିକ କ୍ରିକେଟ୍‌ରେ ମହିଳାଙ୍କ ଦମ୍‌, ୪୦୬୪ ପୁରୁଷଙ୍କୁ ପଛରେ ପକାଇଲେ ଟ୍ରିୟନ୍‌

ପୋଚେଷ୍ଟମ୍‌: କ୍ରିକେଟ୍‌ ଇତିହାସରେ ଚଳିତ ୨୦୧୮ ମସିହା ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦୬୪ ଆନ୍ତର୍ଜାତିକ ପୁରୁଷ ଖେଳାଳି ଯାହା କରିପାରିନଥିଲେ, ଜଣେ ମହିଳା ଖେଳାଳି ତାହା କରି ଉଦାହରଣ ପାଲଟି ଯାଇଛନ୍ତି। ଏହି ମହିଳା କ୍ରିକେଟର୍‌ ହେଲେ ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ଦଳର ସଦସ୍ୟା ୨୪ ବର୍ଷ ବୟସ୍କା କ୍ଲୋଏ ଟ୍ରିୟନ୍‌। ଗତ ମଙ୍ଗଳବାର ସେନ୍‌େଓ୍ଵସ୍‌ ପାର୍କରେ ଭାରତ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଟ୍ରିୟନ୍‌ ମାତ୍ର ୭ ବଲ୍‌ରୁ ବିସ୍ଫୋରକ ୩୨ ରନ୍‌ କରି ବିଶ୍ୱ କୀର୍ତିମାନ ନିଜ ନାମରେ କରିନେଇଛନ୍ତି। ସେ ମାତ୍ର ୬ ମିନିଟ୍‌ କ୍ରିଜ୍‌ରେ ଅବସ୍ଥାନ କରିବା ଅବସରରେ ସାମ୍‌ନା କରିଥିବା ୭ ବଲ୍‌ରୁ ଗୋଟିଏ ବଲ୍‌ରେ ରନ୍‌ କରିପାରିନଥିଲେ। ହେଲେ ଅବଶିଷ୍ଟ ୬ ବଲ୍‌ରେ ସେ ୪ ଛକା ଓ ୨ ଚୌକା ମାରିଥିଲେ। ଫଳରେ ଟ୍ରିୟନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୪୫୭.୧୪ ଥିଲା। ଯଦି ୨୫ରୁ ଅଧିକ ରନ୍‌ର ପାଳି ଖେଳିଥିବା ଖେଳାଳିଙ୍କ ବିଷୟରେ ଆଲୋଚନା କରାଯାଇ ଟ୍ରିୟନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରେ ସବୁଠୁ ମାରାତ୍ମକ ମନେ ହେବେ। ଏକ ପରିସଂଖ୍ୟାନରୁ ଯାହା ଜଣାପଡ଼ିଛି ଟ୍ରିୟନ୍‌ ହିଁ ଏପର୍ଯ୍ୟନ୍ତ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିବା ୪୦୬୪ ପୁରୁଷ ଖେଳାଳିଙ୍କୁ ଏକ୍ଷେତ୍ରରେ ପଛରେ ପକାଇ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ କୌଣସି ଜଣେ ହେଲେ ପୁରୁଷ ଖେଳାଳି ଟ୍ରିୟନ୍‌ଙ୍କଠୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ପାଇବାରେ ସମର୍ଥ ହୋଇନାହାନ୍ତି। କେବଳ ୨୦୦୭ରେ େଓ୍ଵଷ୍ଟଇଣ୍ଡିଜ୍‌ ତାରକା ଡେ୍ଵନ୍‌ ସ୍ମିଥ୍‌ ବାଂଲାଦେଶ ବିପକ୍ଷ ଏକ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ୯ ବଲ୍‌ରୁ ୨୯ ରନ୍‌ କରି ପୁରୁଷ ଖେଳାଳିଙ୍କ ମଧ୍ୟରେ ଆଗୁଆ ରହିଛନ୍ତି। ସେହି ମ୍ୟାଚ୍‌ରେ ସ୍ମିଥ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୪୧୪.୨୮ ଥିଲା। ସ୍ମିଥ୍‌ ତାଙ୍କ ପାଳିରେ ୪ ଛକା ଓ ଗୋଟିଏ ଚୌକା ମାରିଥିଲେ। ଯାହାକି ଟ୍ରିୟନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ସ୍ମିଥ୍‌ଙ୍କୁ କାଟି ଦେଇଛି। ତେବେ ଦୁର୍ଭାଗ୍ୟର କଥା ହେଲା ଟ୍ରିୟନ୍‌ଙ୍କ କୀର୍ତିମାନଭରା ପାଳି ତାଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ଭାରତ ବିପକ୍ଷରେ ବିଜୟ ଦେଇପାରିନଥିଲା। ଭାରତୀୟ ଦଳ ଟ୍ରିୟନ୍‌ଙ୍କ ସ୍ମରଣୀୟ ପାଳିକୁ ଫିକା କରିଦେଇଥିଲେ। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୪/୪ କରିଥିଲା ବେଳେ ମିତାଲି ରାଜ୍‌ଙ୍କ ଭାରତୀୟ ଦଳ ୧.୧ ଓଭର ପୂର୍ବରୁ ୭ ଓ୍ଵିକେଟ୍‌ ହାତରେ ଥାଇ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe