ଅନ୍ତର୍ଜାତୀୟ ଗ୍ରାପଲିଙ୍ଗ୍: ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୬ ପଦକ

ଅନ୍ତର୍ଜାତୀୟ ଗ୍ରାପଲିଙ୍ଗ୍: ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ବର: ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଓପନ୍‌ ଗ୍ରାପ୍‌ଲିଙ୍ଗ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ସହ ୬ ପଦକ ଜିତିଛନ୍ତି। ପ୍ରଥମ ଦିନ ନୋ-ଗି ଇଭେଣ୍ଟ୍‌ରେ ମଧୁପ୍ରିୟା ବାଈ ଏବଂ ମୋନାଲି ସାହୁଙ୍କୁ କାଂସ୍ୟ ପଦକ ମିଳିଥିଲା। ଦ୍ବିତୀୟ ଦିବସରେ ଅନୁଷ୍କା ପ୍ରିୟଦର୍ଶିନୀ, ଉମା ମାହେଶ୍ବରୀ ରେଡ୍ଡୀ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ମୋନାଲି ରୌପ୍ୟ ରୂପରେ ନିଜ ଦ୍ବିତୀୟ ବ୍ୟକ୍ତିଗତ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣ ବିଜେତାଙ୍କୁ ୧୧,୦୦୦ ଟଙ୍କା ଲେଖାଏଁ, ରୌପ୍ୟ ବିଜେତାଙ୍କୁ ସାଇକେଲ୍‌ ଏବଂ କାଂସ୍ୟ ବିଜେତାଙ୍କୁ ଟ୍ରାକ୍‌ ସୁଟ୍‌ ପ୍ରଦାନ କରାଯାଇଛି। ପଦକ ବିଜେତାଙ୍କୁ ରାଜ୍ୟ ଗ୍ରାପଲିଙ୍ଗ୍‌ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe