Vanguard News
ଲକ୍ଷ୍ନୌ : ଅନ୍ତଃଜୋନ୍ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ରେ ପୂର୍ବାଞ୍ଚଳ ଲଗାତାର ତୃତୀୟ ମ୍ୟାଚ୍ରେ ପରାସ୍ତ ହୋଇଛି। ସ୍ଥାନୀୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ କେନ୍ଦ୍ରାଞ୍ଚଳ ୭ ୱିକେଟ୍ରେ ପୂର୍ବାଞ୍ଚଳକୁ ପରାସ୍ତ କରିଛି। ପୂର୍ବାଞ୍ଚଳ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ୫ ୱିକେଟ୍ ବିନିମୟରେ ୧୪୪ ରନ୍ ସଂଗ୍ରହ କରିଥିଲା। ଏଥର ଅଧିନାୟିକା ମାଧୁରୀ ମେହେଟା ଆରମ୍ଭରୁ ବ୍ୟାଟିଂ କରିବାକୁ ଆସିନଥିଲେ। ଝୁମ୍କୀ ଦେବନାଥ (୩୬) ଓ ଅଶ୍ବିନୀ କୁମାରୀ (୬୫) ପ୍ରଥମ ୱିକେଟ୍ରେ ୧୧ ଓଭର ପର୍ଯ୍ୟନ୍ତ ଖେଳିବା ସହ ୯୨ ରନ୍ ଯୋଗ କରିଥିଲେ।
ଏମାନଙ୍କ ପଛକୁ ପ୍ରିୟଙ୍କା ବାଲା ୮, ଅନୁଜା ପାଟିଲ୍ ୧୫, ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୦ ରନ୍ କରି ଆଉଟ୍ ହୋଇଥିଲେ। ପ୍ରତିପକ୍ଷର ରାଶି କାନୋଜିଆ ଓ ପୁନମ ଯାଦବ ୧ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନୁଜହାତ୍ ପରବିନ୍ (୩୨) ଓ ଜସିଆ ଅଖତର (୫୬) ଙ୍କ ମଧ୍ୟରେ ପ୍ରଥମ ୱିକେଟ୍ରେ ୫୯ ରନ୍ର ଭାଗୀଦାରି ହୋଇଥିଲା। ପରେ ମୁସ୍କାନ୍ ମଲ୍ଲିକ ୩୧* ଓ ଡିଡି କସାତ୍ ୨୧* ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ୧୬.୪ ଓଭର ବେଳକୁ ଜିତାଇଥିଲେ। ଦେବଜାନୀ ୨ ଓ ସୁକନ୍ୟା ପରିଡ଼ା ୧ ୱିକେଟ୍ ନେଇଥିଲେ। ପୂର୍ବାଞ୍ଚଳ ପରବର୍ତ୍ତୀ ମ୍ୟାଚ୍ ଶନିବାର ଦକ୍ଷିଣାଞ୍ଚଳ ବିପକ୍ଷରେ ଖେଳିବ। ପୂର୍ବରୁ ପୂର୍ବାଞ୍ଚଳ ଖେଳିଥିବା ମ୍ୟାଚ୍ରେ ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳଠୁ ପରାସ୍ତ ହୋଇଥିଲା।
Follow Us