ଆଇବିଏ ସ୍ବୀକୃତି ପ୍ରତ୍ୟାହାର କଲା ଆଇଓସି

Advertisment
ଆଇବିଏ ସ୍ବୀକୃତି ପ୍ରତ୍ୟାହାର କଲା ଆଇଓସି

DD News

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)ର ସ୍ବୀକୃତି ପ୍ରତ୍ୟାହାର ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର କାର୍ଯ୍ୟନିର୍ବାହି ବୋର୍ଡ ଅନୁମୋଦନ କରିଛି। ଗୁରୁବାର ବୈଠକରେ ଏହା ଉପରେ ହୋଇଥିବା ଭୋଟ୍‌ରେ ୬୯ ସଦସ୍ୟ ପ୍ରତ୍ୟାହାର ସପକ୍ଷରେ ମତ ରଖିଥିଲେ। ଆଇବିଏ ଉପରେ ପରିଚାଳନା, ଅର୍ଥ ଏବଂ ନୈତିକ ମାନଦଣ୍ଡ ପୂରଣ କରୁନଥିବାର ଅଭିଯୋଗ ରହିଥିଲା। ଏହି କାରଣରୁ ସ୍ବୀକୃତି ପ୍ରତ୍ୟାହାର କରାଯାଇଛି ବୋଲି ଆଇଓସି କହିଛି।

ପୂର୍ବରୁ ୨୦୧୯ରେ ଆଇବିଏକୁ ଆଇଓସି ବାସନ୍ଦ କରିଥିଲା। ଏଥିପାଇଁ ଆଇବିଏ ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ଇଭେଣ୍ଟ ଦାୟିତ୍ବ ପାଇନଥିଲା। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବକ୍ସିଂ ରହିବ। ହେ‌ଲେ ଏହାର କ୍ବାଲିଫାୟାର ଇଭେଣ୍ଟକୁ ଆଇଓଏ ଆୟୋଜନ କରିବ। ଏଥିରେ ଆଇବିଏ କୌଣସି ଭୂମିକା ରହିବନି ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe