ରଂଗାରଂଗ କାର୍ଯ୍ୟକ୍ରମ ସହିତ ଆଇପିଏଲ୍‌ ୧୧ ଆରମ୍ଭ, ଟସ୍‌ ଜିଣି ଚେନ୍ନାଇ ସୁପରକିଙ୍ଗସ୍‌ର ବୋଲିଂ ନିଷ୍ପତ୍ତି

ରଂଗାରଂଗ କାର୍ଯ୍ୟକ୍ରମ ସହିତ ଆଇପିଏଲ୍‌ ୧୧ ଆରମ୍ଭ, ଟସ୍‌ ଜିଣି ଚେନ୍ନାଇ ସୁପରକିଙ୍ଗସ୍‌ର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣ ରଂଗାରଂଗ କାର୍ଯ୍ୟକ୍ରମ ସହିିତ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନସ୍‌ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହେବା ଚେନ୍ନାଇ ଟସ୍‌ ଜିଣି ବୋଲିଂ କରିବାର ନିଷ୍ପତ୍ତି ନେଇଛି।

ପୂର୍ବରୁ ପ୍ରାୟ ୨ ଘଣ୍ଟା ଧରି ନାଚ-ଗୀତ, ଆଲୋକ ମାଳା ଓ ଡିଜେ ସାଉଣ୍ଡରେ ଷ୍ଟାଡିୟମ୍‌ କମ୍ପି ଉଠିଥିଲା। ବଲିଉଡ ଅଭିନେତା ହ୍ରିତିକ ରୋଶନ, ବରୁଣ ଧାଓ୍ଵନ, ପ୍ରଭୁ ଦେବା, ପ୍ରଚ୍ଛଦପଟ୍ଟ ଗାୟକ ମିକା ସିଂ, ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଓ ତମନ୍ନା ଭାଟିଆଙ୍କ ସମେତ ଆହୁରି ଅନେକ କଳାକାର ଯୋଗଦେଇ ଦର୍ଶକଙ୍କ ମନକୁ କିଣି ଥିଲେ।

ଅଭିନେତା ହ୍ରିତିକ ରୋଶନଙ୍କ ‘ସେନୋରିଟା’ ପ୍ରସ୍ତୁତି ପୂର୍ବର ଜ୍ୟାକଲିନ୍‌ ‘ସୋ ତରାହକେ...’ ସଂଗୀତରେ ଦର୍ଶକ ଝୁମିଥିଲେ। ନୃତ୍ୟ ପ୍ରସ୍ତୁତି ଦେବା ପୂର୍ବରୁ ଏକ ସୁସଜ୍ଜିତ ସବାରିରେ ଜ୍ୟାକଲିନ୍‌ଙ୍କୁ ପଡ଼ିଆ ଭିତରକୁ ଅଣାଯାଇଥିଲା। ତମନ୍ନା ଭାଟିଆ ଓ ବରୁଣ ଧାଓ୍ଵନ ମଧ୍ୟ ତାଙ୍କର ନୃତ୍ୟୁ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe