ଆଇପିଏଲ୍‌ ୧୨: ଡାଭିଡ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ, କୋଲକାତାକୁ ୧୮୨ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

Advertisment
ଆଇପିଏଲ୍‌ ୧୨: ଡାଭିଡ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ, କୋଲକାତାକୁ ୧୮୨ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

Hindustan Times

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ମ୍ୟାଚ୍‌ରେ ଡାଭିଡ ଓ୍ଵାର୍ଣ୍ଣର ବିସ୍ଫୋରକ ଅର୍ଦ୍ଧଶତକ (୮୫ ରନ୍‌, ୫୩ ବଲ୍‌, ୯ ଚୌକା ଓ ୩ ଛକା) ହାସଲ କରିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ସନ୍‌ରାଇଜସ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ଦ୍ୱାଦଶ ସଂସ୍କରଣ ଦ୍ୱିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ କରିବା ପରେ କୋଲକାତାକୁ ୧୮୨ ରନ୍‌ ଟାର୍ଗେଟ ମିଳିଛି।

କୋଲକାତାର ଇଡେନ ଗାର୍ଡେନରେ ହାଇଦ୍ରାବାଦର ଜନି ବେୟାରଷ୍ଟୋ ୩୯ ରନ୍‌, ବିଜୟ ଶଙ୍କର ଅପରାଜିତ ୪୦ ରନ୍‌ ଓ ମନୀଷ ପାଣ୍ଡେ ଅପରାଜିତ ୧୮୨ ରନ୍‌ କରିଛନ୍ତି। ୟୁସୁଫ ପଠାନ ଦଳ ପାଇଁ ମାତ୍ର ୧ ରନ୍‌ ଯୋଗଦାନ ଦେଇଥିଲେ।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ପୀୟୁଷ ଚାଓ୍ଵଲା ଗୋଟିଏ ଓ୍ଵିକେଟ୍‌ ନେଇଛନ୍ତି। ହାଇଦ୍ରାବାଦ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୧୧୮ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଡାଭିଡ ଓ୍ଵାର୍ଣ୍ଣର ଆଉଟ୍‌ ହେବା ବେଳକୁ ସ୍କୋର ୧୪୪ ରନ୍‌ ଥିଲା। ସେହିପରି ୧୫୨ ରନ୍‌ରେ ହାଇଦ୍ରାବାଦ ୩ୟ ଓ୍ଵିକେଟ ଭାବରେ ୟୁସୁଫ ପଠାନଙ୍କୁ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe