ଆଇପିଏଲ୍‌-୧୩ ଆହ୍ବାନଭରା ହେବ: ରାଇନା

Advertisment
ରାଇନା, ଭଜିଙ୍କ ଅନୁପସ୍ଥିତି ନେଇ ସିଏସ୍‌କେ ଚିନ୍ତିତ ନାହିଁ

Times of India

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତା ଅହ୍ବାନଭରା ହେବ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ତାରକା ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଶା ରଖିଛନ୍ତି। ଖେଳାଳିଙ୍କ ସଫଳତା ଲାଗି ଚିନ୍ତାଧାରାର ସ୍ପଷ୍ଟତା ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଆଇପିଏଲ୍ ଅତ୍ୟନ୍ତ ମଜାଦାର ହେବ। ଆଇସିସିର ନିୟମ ବଦଳିଛି। ବିଭିନ୍ନ ପରିସ୍ଥିତିରେ ଆମକୁ ଖେଳିବାକୁ ହେବ ଏବଂ ପ୍ରତି ଦୁଇ-ତିନି ସପ୍ତାହରେ ଆମକୁ କୋଭିଡ-୧୯ ପରୀକ୍ଷା ଦେବାକୁ ପଡ଼ିବ ବୋଲି ଡବ୍ଲୁଟିଏଫ୍ ସ୍ପୋର୍ଟସ୍ ଆପ୍‌ର ଦୂତ ଭାବେ ନିଯୁକ୍ତି ପରେ ରାଇନା ଏକ ୱେବିନାରରେ କହିଛନ୍ତି। ବିସିସିଆଇର ସାଧାରଣ ପରିଚାଳନା ପ୍ରଣାଳୀ (ଏସ୍‌ଓପି) ଅନୁଯାୟୀ ଭାରତୀୟ ଖେଳାଳି ଏବଂ ସହଯୋଗୀ ଅଧିକାରୀ ୟୁଏଇରେ ଅଭ୍ୟାସ ଆରମ୍ଭ ପୂର୍ବରୁ ଅତି କମ୍‌ରେ ପାଞ୍ଚ ଥର କୋଭିଡ୍-୧୯ କରିବାକୁ ପଡ଼ିବ। ଏହାପରେ ଆଇପିଏଲ୍ ବେଳେ ପ୍ରତି ପାଞ୍ଚ ଦିନରେ ଥରେ ପରୀକ୍ଷା ହେବ।

ପରୀକ୍ଷା ପରେ ଯେତେବେଳେ ପଡ଼ିଆକୁ ‌ଯିବୁ ସେତେବେଳେ ଆମକୁ କ’ଣ କରିବାକୁ ହେବ ତାହା ସ୍ବଷ୍ଟ ହେବା ଆବଶ୍ୟକ। କାରଣ ଜଣେ ଖେଳାଳି ମ୍ୟାଚ୍‌ ପରେ ଏହାକୁ ଉପଭୋଗ କରିବାକୁ ଚାହିଁଥାଏ ବୋଲି ରାଇନା କହିଛନ୍ତି। ଏହି ମହାମାରୀ ଖେଳାଳିଙ୍କୁ ପାଇଁ ଅନେକ ଅହ୍ବାନ ଆଣିସାରିଛି। ‌ଫିଟ୍‌ନେସ୍‌ ଛଡ଼ା ଆମେ ଅନ୍ୟ କିଛି ଏପର୍ଯ୍ୟନ୍ତ କରିନୁ। ଭାଗ୍ୟବଶତଃ ୟୁଏଇରେ ଆମେ କ୍ରିକେଟ୍‌ ଖେଳିବାକୁ ଶୀଘ୍ର ଯାଉଛୁ। ମୋର ବିଶ୍ୱାସ ଆଇପିଏଲ ପୂର୍ବରୁ ସମସ୍ତ ପରୀକ୍ଷା କରାଯିବ। ଗତ ୫ ମାସ ହେଲା ଘରେ ବସିଥିବାରୁ ଏବେ ଖେଳିବାକୁ ଯାଉଥିବାରୁ ଖୁସୀ ଅଛୁ। ସମସ୍ତେ ଏହାକୁ ଅପେକ୍ଷା କରି ଅଛନ୍ତି, ନିଶ୍ଚିତ ମଜାଦାର ଏବଂ ଆହ୍ବାନଭରା ହେବ ବୋଲି ୩୩ ବର୍ଷୀୟ ରାଇନା କହିଛନ୍ତି।

ଦୁବାଇରେ ସବୁଠାରୁ ଭଲ କଥା ହେଉଛି ଯିବା ଆସିବା ସମସ୍ୟା ନାହିଁ। ଦୁବାଇରୁ ଆବୁଧାବି ୪୫ ମିନିଟ୍‌ର ବାଟ। ଦୁବାଇରୁ ସାରଜା ୪୦ ମିନିଟ୍‌ର ବାଟ। ଫଳରେ ଆମକୁ ଅଧିକ ବିଶ୍ରାମ ମିଳିଯିବ। ୟୁଏଇ ପିଚ୍‌ ଚେନ୍ନାଇ ଭଳି ହୋଇଥିବାରୁ ଆମକୁ ଫାଇଦା ମିଳିବ ବୋଲି ୧୯୩ ଆଇପିଏଲ୍ ମ୍ୟାଚ୍‌ ଖେଳି ୫୩୮୬ ରନ୍ କରିଥିବା ରାଇନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe