ଆଇପିଏଲ୍‌: ୧୨୯ ରନ୍‌ରେ ଦିଲ୍ଲୀକୁ ଅଟକାଇଲା ହାଇଦ୍ରାବାଦ୍‌

Advertisment
ଆଇପିଏଲ୍‌: ୧୨୯ ରନ୍‌ରେ ଦିଲ୍ଲୀକୁ ଅଟକାଇଲା ହାଇଦ୍ରାବାଦ୍‌

Cricbuzz

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୨୯ ରନ୍‌ରେ ଅଟକାଇଛି। ଦ୍ୱାଦଶ ସଂସ୍କରଣର ଆରମ୍ଭରୁ ଭଲ ଫର୍ମରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ ଦିଲ୍ଲୀ କ୍ୟାପିଟାଲସ୍‌ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇନାହିଁ। ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ଦିଲ୍ଲୀ ୧୨୯ ରନ୍‌ ସଂଗ୍ରହ କରିବା ପରେ ହାଇଦ୍ରାବାଦ୍‌କୁ ୧୩୦ ରନ୍‌ ଟାର୍ଗେଟ ମିଳିଛି। ମହମ୍ମଦ ନାବି ଓ ଭୁବନେଶ୍ୱର କୁମାର ୨-୨ ଓ୍ଵିକେଟ ନେଇଥିବା ବେଳେ ସିର୍ଦ୍ଧାର୍ଥ କାଉଲ, ରସିଦ୍‌ ଖାନ୍‌ ଓ ସନ୍ଦୀପ ଶର୍ମା ୧-୧ ଓ୍ଵିକେଟ ନେଇଥିଲେ।

ଅଧିନାୟକ ଶ୍ରେୟସ ଆୟାର ଏକ ମାତ୍ର ଖେଳାଳି ଯିଏ କି ୪୧ଟି ବଲ ସମ୍ମୁଖୀନ ହୋଇ ୪୩ ରନ୍‌ କରିଥିଲେ। ରସିଦ୍‌ ଖାନ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯିବା ପରେ ଦିଲ୍ଲୀର ସ୍କୋର ଏକ ନିଦ୍ଧିଷ୍ଟ ଲକ୍ଷ୍ୟରେ ପହଂଚି ପାରି ନଥିଲା। ଆୟାରଙ୍କ ବ୍ୟତୀତ ଅକ୍ଷର ପଟେଲ ୨୩ ରନ୍‌ ଓ କ୍ରିସ ମୋରିସ ୧୭ ରନ୍‌ କରିଥିଲେ। ଦିଲ୍ଲୀ ନିଜର ସ୍କୋର ୧୪ ରନ୍‌ରେ ପୃଥ୍ଵୀ ସ, ୩୬ ରନ୍‌ଷର ଶିଖର ଧାଓ୍ଵନ, ୫୨ ରନ୍‌ରେ ଋଷଭ ପନ୍ତ, ୬୧ ରନ୍‌ରେ ରାହୁଲ ତେଓ୍ଵାଟିଆ, ୭୫ ରନ୍‌ରେ କୋଲିନ ଇନ୍‌ଗ୍ରାଙ୍କୁ ହରାଇଥିଲା।

ଦିଲ୍ଲୀର ଆଇପିଏଲ-୧୨ରେ ଘରୋଇ ପଡିଆରେ ଏହା ହେଉଛି ୩ୟ ମ୍ୟାଚ୍‌। କୋଟଲାରେ ବିଗତ ୨ ମ୍ୟାଚରୁ ଗୋଟିଏରେ ବିଜୟ ଏବଂ ଅନ୍ୟଟିରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ଦିଲ୍ଲୀର ପ୍ରଦର୍ଶନରେ ନିରନ୍ତରତା କମ ଦେଖିବାକୁ ମିଳିଛି। ବିଗତ ମ୍ୟାଚରେ ଦିଲ୍ଲୀ ୧୭ ବଲ ଖେଳି ମାତ୍ର ୮ ରନ କରିଥିଲା। ଏହାରି ମଧ୍ୟରେ ଦିଲ୍ଲୀ ୭ଟି ମୂଲ୍ୟବାନ ଓ୍ଵିକେଟ ହରାଇଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ଟିମ୍‌ ଏକ ବଡ଼ ଲକ୍ଷ୍ୟ ନେଇ ମ୍ୟାଚ୍‌ ଖେଳୁଛି। ମାତ୍ର ଗୋଟିଏ ମ୍ୟାଚରେ ହାରିବାକୁ ମଧ୍ୟ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe