ଆସନ୍ତାବର୍ଷ ଭାରତ ଆସିବ ଇଂଲଣ୍ଡ

ଏପ୍ରିଲରେରେ ଆଇପିଏଲ୍-୧୪: ଗାଙ୍ଗୁଲି

ଜୈବ ବଳୟ ଉଲ୍ଲଂଘନର କାରଣ କହିବା କଷ୍ଟକର: ଗାଙ୍ଗୁଲି

Photo: Zee News

କୋଲକାତା: ଭାରତରେ ଘରୋଇ କ୍ରିକେଟ୍‌ ସାଧାରଣତଃ ଅଗଷ୍ଟ ମାସରୁ ଆରମ୍ଭ ହୋଇଥାଏ। କରୋନା ମହାମାରୀ କାରଣରୁ କିନ୍ତୁ କ୍ରିକେଟ୍ କ୍ୟାଲେଣ୍ଡର ଏପଟ ସେପଟ ହୋଇଯାଇଛି। ବିସିସିଆଇ ବିଭିନ୍ନ ପ୍ରମୁଖ ଘରୋଇ ପ୍ରତିଯୋଗିତାର ତାରିଖ ଧାର୍ଯ୍ୟ କରିପାରିନାହିଁ। ଗୁରୁବାର ବିସିସିଆଇ ସଭାପତି ଭାବେ ସୌରଭ ଗାଙ୍ଗୁଲି ବିଭିନ୍ନ ରାଜ୍ୟ ସଂଘଗୁଡିକୁ ଏକ ପତ୍ର ଲେଖି ଆଶ୍ବାସନା ଦେଇଛନ୍ତି। ପରିସ୍ଥିତି ସୁଧୁରିଲେ ହିଁ ଖେଳସୂଚୀ ପ୍ରସ୍ତୁତ ହେବ। ଆଇପିଏଲ୍‌ ପରେ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରୁ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହେବ ବୋଲି ପୂର୍ବରୁ ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ଖେଳାଳି ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବାରୁ ବିସିସିଆଇ ଏହାକୁ ନେଇ ପ୍ରସ୍ତୁତ ରହିଛି। ବରିଷ୍ଠ ବର୍ଗରେ କେବଳ ଟି-୨୦ (ମୁସ୍ତାକ ଅଲୀ) ଏବଂ ରଣଜୀ ଟ୍ରଫି ପ୍ରତିଯୋଗିତା କରିବାକୁ ବିସିସିଆଇ ଯୋଜନା ରଖିଛି।

ଏହା କିନ୍ତୁ ଜୋନ ଭିତରେ ନିର୍ଧାରିତ ଗୋଟିଏ ଦୁଇଟି ସହରରେ ଖେଳାଯିବ। ସେହି ଢାଞ୍ଚାରେ ୧୯ ବର୍ଷରୁ କମ୍‌ ଏବଂ ୨୩ ବର୍ଷରୁ କମ୍‌ ସହିତ ମହିଳା ବର୍ଗର ପ୍ରତିଯୋଗିତା ସମ୍ପୂର୍ଣ୍ଣ ଖେଳାଯିବ ବୋଲି ପୂର୍ବରୁ କୁହାଯାଇଛି। କ୍ରିକେଟ୍ ପୁନଃ ଆରମ୍ଭ ସମ୍ପର୍କରେ ସମସ୍ତ ରାଜ୍ୟକୁ ଠିକଣା ସମୟରେ ଜଣାଇ ଦିଆଯିବ ବୋଲି ଗାଙ୍ଗୁଲି ଏକ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଇପିଏଲ୍‌ ପରେ ଭାରତ ମଧ୍ୟ ଏଫଟିପିକୁ ସମ୍ମାନ ଜଣାଇ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଏବଂ ୨୦୨୧ ପ୍ରାରମ୍ଭରେ ଇଂଲଣ୍ଡ ସହ ଘରୋଇ ଶୃଙ୍ଖଳା ଖେଳିବ। ୨୦୨୧ ଏପ୍ରିଲ୍‌ରେ ଆଇପିଏଲ୍‌-୧୪ ଖେଳାଯିବ। ଭାରତ ୨୦୨୧ ନଭେମ୍ବର ମାସରେ ଟି-୨୦ ବିଶ୍ବକପ୍‌ ଏବଂ ୨୦୨୩ରେ ୫୦ ଓଭରିଆ ବିଶ୍ବକପ୍‌ ଆୟୋଜନ ମଧ୍ୟ କରୁଛି ବୋଲି ଗାଙ୍ଗୁଲି ଦୋହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe