ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୧୫୬ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୧୫୬ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ବେଙ୍ଗାଲୁରୁ: ଲୋକେଶ ରାହୁଲ(୪୭)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କିଙ୍ଗସ୍‌ ଏକ୍ସଆଇ ପଞ୍ଜାବ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୫ ରନ୍‌ ସଂଗ୍ରହ କରିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୮ମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପଞ୍ଜାବ ବ୍ୟାଟିଂ କରିଥିଲା। କରୁଣ ନାୟାର ୨୯ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୫ ରନ୍‌, ରବିଚନ୍ଦ୍ରନ ଅଶ୍ୱିନଙ୍କ ୩୩ ରନ୍‌ ବଳରେ ପଞ୍ଜାବ ୧୫୫ ରନ୍‌ ସଂଗ୍ରହ କରିବା ପରେ ବେଙ୍ଗାଲୁରୁକୁ ୧୫୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ଆରମ୍ଭରୁ ପଞ୍ଜାବ ଭଲ ବ୍ୟାଟିଂ କରିଥିଲେ ଥିଲେ ମଧ୍ୟ ୩୨ ରନରେ ମୟଙ୍କ ଅଗ୍ରଓ୍ଵାଲ ଓ ଆରୋନ ଫିଞ୍ଚକୁ ହରାଇଥିଲା। ୩୬ ରନ୍‌ରେ ୩ୟ ଓ୍ଵିକେଟ୍‌ରେ ଯୁବରାଜ ସିଂହ, ୯୪ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ଲୋକେଶ ରାହୁଲ, ୧୦୨ ରନ୍‌ରେ ୫ମ ଓ୍ଵିକେଟ୍‌ରେ କରୁଣ ନାୟାର, ୧୧୦ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ରେ ମାର୍କସ ଷ୍ଟୋନିସ, ୧୨୨ ରନ୍‌ରେ ୭ମ ଓ୍ଵିକେଟ୍‌ରେ ଅକ୍ଷର ପଟେଲ, ୧୪୨ ରନ୍‌ରେ ୮ମ ଓ୍ଵିକେଟ୍‌ରେ ଆଣ୍ଡ୍ରୁ ଟେ ଓ ୧୫୩ ରନ୍‌ରେ ୯ମ ଓ୍ଵିକେଟ୍‌ରେ ଅଶ୍ୱିନ ପାଭଲିଅନ ଫେରିଥିଲେ।

ବେଙ୍ଗାଲୁରୁ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ କୁଲଓ୍ଵନ୍ତ ଖେଜରୋଲିଆ, କ୍ରିସ୍‌ ଓ୍ଵକସ୍‌ ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦର ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ସେହିପରି ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe