ପୁନେ: ମୁମ୍ବାଇ ଇଣ୍ଡିଆନସ୍କୁ ୧୭୦ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ୍। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଇପିଏଲ୍ର ୧୧ତମ ସଂସ୍କରଣର ୨୭ ତମ ମ୍ୟାଚ୍ରେ ଚେନ୍ନାଇ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଏଥିରେ ସୁରେଶ ରୈନାଙ୍କ ଅପରାଜିତ ୭୫ ରନ୍ ଓ ମହେନ୍ଦ୍ର ସିଂହ ଧୋନିଙ୍କ ୨୬ ରନ୍ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି।
ମୁମ୍ବାଇ ଇଣ୍ଡିଆନସ୍ର ବୋଲିଂ ପ୍ରଭାବ ଆରମ୍ଭରୁ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟସ୍ମ୍ୟାନ୍ ସେନ୍ ଓ୍ଵାଟ୍ସନ୍ ଆୟୋଜକ ଟିମ୍କୁ ପ୍ରଥମ ଝଟକା ଦେଇଥିଲେ। କୃଣାଲ ପାଣ୍ଡ୍ୟାଙ୍କ ବଲକୁ ଓ୍ଵାଟ୍ସନ୍(୧୨), ମୟଙ୍କ ମାର୍କଣ୍ଡେୟଙ୍କ ହାତରେ କ୍ୟାଚ୍ କରାଇଥିଲେ। ୧୨ ଓଭରରେ ଚେନ୍ନାଇକୁ ଦ୍ୱିତୀୟ ଝଟକା ଲାଗିଥିଲା। କୃଣାଳ ପାଣ୍ଡ୍ୟାଙ୍କ ବଲ ବେନ୍ କଟିଙ୍ଗଙ୍କୁ କ୍ୟାଚ୍ ଦେଇଥିଲେ ଅମ୍ବାତି ରାୟଡୁ(୪୬)। ସେ ୩୫ ଟି ବଲ ଖେଳି ୨ଟି ଚୌକା ଓ ୪ଟି ଛକା ମାରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ସୁରେଶ ରୈନାଙ୍କ ସହିତ ୭୧ ରନ୍ ଭାଗିଦାରି ହୋଇ ପାରିଥିଲେ।
ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ୍ର ଅଧିନାୟକ ରୋହିତ ଶର୍ମା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରିଥିଲା।
Follow Us