କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୧ତମ ସଂସ୍କରଣର ୩ୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଫଳରେ କୋଲକାତାକୁ ମ୍ୟାଚ୍ ବିଜୟ ପାଇଁ ୧୭୭ ରନ୍ ଟାର୍ଗେଟ ମିଳିଛି।
ଟସ୍ ଜିଣିବା ପରେ କୋଲକାତା ନାଇଟ ରାଇର୍ଡସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ଓପନ୍ର ବ୍ରାଣ୍ଡନ ମ୍ୟାକୁଲମ୍ ୨୭ଟି ବଲ ଖେଳି ୪୩ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୩୩ଟି ବଲରୁ ୩୧ ରନ୍ ଓ ଏବି ଡିଭିଲିୟର୍ସ ୩୩ଟି ବଲ ଖେଲି ୪୪ ରନ୍ ସଂଗ୍ରହ କରିଥିଲେ।
ବେଙ୍ଗାଲୁରୁ ୧୮ ରନ୍ରେ ପ୍ରଥମ ଓ୍ଵିକେଟ୍ରେ କ୍ୱାଣ୍ଟନ ଡି କକ୍ଙ୍କୁ ହରାଇ ଥିବା ବେଳେ ୬୩ ରନ୍ରେ ମ୍ୟାକୁଲମ ଆଉଟ ହୋଇ ପାଭଲିଅନ୍ ଫେରିିଥିଲେ। ସେହିପରି ୧୨୭ ରନ୍ରେ ୩ୟ ଓ ୪ର୍ଥ ଓ୍ଵିକେଟ୍ ଏବଂ ୧୫୪ ରନ୍ରେ ୫ମ ଓ୍ଵିକେଟ୍ ପଡ଼ିଥିଲା।
ନାଇଟ ରାଇଡର୍ସ ବୋଲର ନୀତିଶ ରାଣା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପୀୟୁଷ ଚାଓ୍ଵଲା ଗୋଟିଏ ଓ ସୁନୀଲ ନାରାୟଣ ଗୋଟିଏ ଓ୍ଵିକେଟ୍ ନେଇଥିଲେ।
Follow Us