Cricbuzz
ଚେନ୍ନାଇ: ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ବୁଧବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ୧୭୯ ରନ୍ କରିଛି। ଚେନ୍ନାଇ ୪ଟି ଓ୍ଵିକେଟ ହରାଇ ଏହି ରନ୍ କରିବା ପରେ ଦିଲ୍ଲୀକୁ ୧୮୦ ରନ୍ ଟାର୍ଗେଟ ମିଳିଛି। ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଚେନ୍ନାଇ ବ୍ୟାଟିଂ କରିଥିଲା। ରାଇନା ୩୭ଟି ବଲ ଖେଳି ୫୯ ରନ୍ କରିଥିଲେ। ଜଗଦୀଶ ସୁଚିତଙ୍କ ବଲ୍ରେ ଆଉଟ୍ ହେବା ପୂର୍ବରୁ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
Cricbuzzଓପନର ଫାପ୍ ଡୁପ୍ଲେସିସ୍ ୩୯ ରନ୍ କରିଥିଲେ। ସେ ୪୧ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ମାରିବା ପରେ ଚେନ୍ନାଇର ୨ୟ ଓ୍ଵିକେଟ ଭାବେ ଆଉଟ୍ ହୋଇଥିଲେ। ତାଙ୍କ ପୂର୍ବରୁ ସେନ୍ ଓ୍ଵାଟସନ୍ ବିନା ଖାତା ଖୋଲି ସୁଚିତଙ୍କ ଦ୍ୱାରା ପାଭଲିଅନ୍ ଫେରିଥିଲେ। ଚେନ୍ନାଇ ମାତ୍ର ୪ ରନ୍ରେ ଓ୍ଵାଟସନ୍ଙ୍କୁ ହରାଇଥିବା ବେଳେ ସ୍କୋର ୮୭ ରନ୍ରେ ଫାପ୍ ଡୁପ୍ଲେସିସ୍, ୧୦୨ ରନ୍ରେ ରାଇନା ଓ ୧୪୫ ରନ୍ରେ ରବୀନ୍ଦ୍ର ଜାଦେଜା ଆଉଟ୍ ହୋଇଥିଲେ। କ୍ରିସ୍ ମୋରିସ୍ଙ୍କ ବଲରେ ଜାଦେଜା (୨୫ ରନ୍, ୧୦ ବଲ) ଆଉଟ୍ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୪୪ ରନ୍ (୨୨ ବଲ)ଓ ଅମ୍ବାତି ରାୟଡୁ ୨ଟି ବଲ ଖେଳି ଅପରାଜିତ ୫ ରନ୍ କରିଥିଲେ।
Follow Us