ଆଇପିଏଲ୍ ୨୦୧୯ ପାଇଁ ଆସନ୍ତା ଡିସେମ୍ବର ୧୮ ତାରିଖରେ ଜୟପୁର ଠାରେ ହେବ ନିଲାମୀ ପ୍ରକ୍ରିୟା

Advertisment

ବିକ୍ରି ହେବେ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ 

ବିକ୍ରି ହେବେ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ 

ଆଇପିଏଲ୍ ୨୦୧୯ ପାଇଁ ଆସନ୍ତା ଡିସେମ୍ବର ୧୮ ତାରିଖରେ ଜୟପୁର ଠାରେ ହେବ ନିଲାମୀ ପ୍ରକ୍ରିୟା

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ବା ଆଇପିଏଲ୍‌ର ନିଲାମୀ ପ୍ରକ୍ରିୟା। ଆସନ୍ତା ଡିସେମ୍ବର ୧୮ ତାରିଖରେ ଆଇପିଏଲ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି । ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଜାର ବସିବ । ପୂର୍ବରୁ ବାଙ୍ଗାଲୋର ଠାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଚଳିତଥର ଏହା ପରିବର୍ତ୍ତନ ହୋଇ ଜୟପୁର ଠାରେ ହେବ । ସୋମବାର ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

publive-image

ଦ୍ୱାଦଶ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ତେବେ ଏଥର କେବଳ ୭୦ ଜଣ ଖେଳାଳୀଙ୍କୁ ନିଲାମୀ ପ୍ରକ୍ରିୟାରେ ସ୍ଥାନ ମିଳିଛି । ଏଥି ମଧ୍ୟରୁ ୫୦ ଜଣ ଭାରତୀୟ ଖେଳାଳୀ ରହିଥିବା ବେଳେ ୨୦ଜଣ ବିଦେଶୀ ଖେଳାଳୀ ଅଛନ୍ତି । ୮ଟି ଦଳ ପାଖରେ ନିଲାମୀରେ ଡାକ ଲଗାଇବା ପାଇଁ ୧୪୫ କୋଟି ୨୫ ଲକ୍ଷ ଟଙ୍କା ରହିଛି । ତେବେ ନିଲାମୀ ପ୍ରକ୍ରିୟା ପୂର୍ବରୁ ଗତ ମାସରେ ଦଳ ଗୁଡିକ କେଉଁ ଖେଳାଳୀ ଦଳରେ ରହିବେ ଏବଂ କାହାକୁ ଦଳ ଛାଡି ଥିଲେ ସେନେଇ ଘୋଷଣା କରାଯାଇଥିଲା । ଆଉ ଏଥିରେ ଅନେକ ବଡ ଖେଳାଳୀଙ୍କ ନାମ ମଧ୍ୟ ସାମିଲ ଥିଲା ।

publive-image

କିଙ୍ଗସ ଏକାଦଶ ପଞ୍ଜାବ ଯୁବରାଜ ସିଂହ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ଗୌତମ ଗମ୍ଭୀରକୁ ପରିତ୍ୟାଗ କରିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱକପ ପୂର୍ବରୁ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କେତେକ ଦ୍ରୁତଗତି ବୋଲରମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି । ତେବେ ଡିସେମ୍ବର ୧୮ ତାରିଖରେ ଆଇପିଏଲ୍ ୨୦୧୯ ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe