କୋହଲିଙ୍କ ଉପରେ ଭାରୀ ପଡ଼ିଲେ ଧୋନି, ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

କୋହଲିଙ୍କ ଉପରେ ଭାରୀ ପଡ଼ିଲେ ଧୋନି, ଆଇପିଏଲ୍‌-୧୨ର ପ୍ରଥମ ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଲା ଚେନ୍ନାଇ

Hindustan Times

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କ ଉପରେ ଧୋନି ଭାରୀ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ଏହି ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଛି। ଚେନ୍ନାଇ ୭୧ ରନ୍‌ ବିଜୟ ଲକ୍ଷ୍ୟକୁ ୧୭.୪ ଓଭରରେ ପୂରଣ କରିଛି।

ଚେନ୍ନାଇ ପ୍ରଥମ ଓ୍ଵିକେଟ୍‌ ଭାବରେ ସେନ୍‌ ଓ୍ଵାଟସନ୍‌କୁ ହରାଇଥିଲା। ସ୍କୋର ୮ ରନ ଥିବା ବେଳେ ଓ୍ଵାଟସନ୍‌ ୧୦ଟି ବଲ ଖେଳି କୌଣସି ରନ୍‌ ନକରି ପାଭଲିଅନ୍‌ ଫେରିଥିଲେ। ଚେନ୍ନାଇ ଦ୍ୱିତୀୟ ଓ୍ଵିକେଟ୍‌ ଭାବରେ ସୁରେଶ ରାଇନା (୧୯ ରନ୍‌)କୁ ହରାଇଥିବା ବେଳେ ଅମ୍ବାତି ରାୟଡୁ ୨୮ ରନ୍‌ କରି ପାଭଲିଅନ୍‌ ଫେରିଥିଲେ। ରୋୟାଲ ଚ୍ୟାଲେଞ୍ଜର୍ସର ୟୁଜବେନ୍ଦ୍ର ଚହଲ, ମୋଇନ୍‌ ଅଲ୍ଲି ଓ ମହମ୍ମଦ ସିରାଜ ୧-୧ ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ବେଙ୍ଗାଲୁରୁ ୧୭.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇଛି। ବିରାଟ କୋହଲି ମାତ୍ର ୬ ରନ୍‌ କରିଥିବା ବେଳେ ଏବି ଡିଭିଲିୟର୍ସ ମାତ୍ର ୯ ରନ୍‌ କରି ପାଭଲିଅନ୍‌ ଫେରିଛନ୍ତି। ରୋୟାଲ ଚ୍ୟାଲେଞ୍ଜର୍ସ ପାଇଁ ପାର୍ଥବ ପଟେଲ ସର୍ବାଧିକ ୨୯ ରନ୍‌ କରିଥିଲେ।

publive-image

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ସୁପର କିଙ୍ଗସ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୬ ରନ୍‌ରେ ବିରାଟ କୋହଲି (୬ ରନ୍‌) ଓ୍ଵିକେଟ୍‌ ଭାବରେ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୨୮ ରନ୍‌ରେ ମୋଇନ୍‌ ଅଲି, ୩୮ ରନ୍‌ରେ ଏମି ଡିଭିଲିୟର୍ସ, ୩୯ ରନ୍‌ରେ ସିମ୍‌ରନ୍‌ ହ୍ଵାର୍ଟମେୟର, ୪୫ ରନ୍‌ଷର ଶିଭମ୍‌ ଦୁବେ, ୫୦ ରନ୍‌ରେ କୋଲିନ୍‌ ଡି ଗ୍ରାଣ୍ଡହୋମ୍‌, ୫୩ ରନ୍‌ରେ ନବଦୀପ୍‌ ସାଇନୀ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ୟୁଜବେନ୍ଦ୍ର ଚହଲ ୧୨ଟି ବଲ ଖେଳି ୪ ରନ୍‌ କରି ପାଭଲିଅନ୍‌ ଫେରିଥିଲେ। ସେହିପରି ସ୍କୋର ୭୦ ରନ୍‌ରେ ଉମେଶ ଯାଦବ ଓ ପାର୍ଥିବ ପଟେଲ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ।

ବେଙ୍ଗାଲୁର ୫୦ ରନ୍‌ ବେଳକୁ ୧୦.୩ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ସାରିଥିଲା। ଚେନ୍ନାଇର ହରଭଜନ ସିଂହ ଓ ଇମ୍‌ରାନ୍‌ ତାହିର ୩-୩ ଓ୍ଵିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ୨ଟି ଓ୍ଵିକେଟ ମିଳିଥିବା ବେଳେ ଡେଓ୍ଵନ୍‌ ବ୍ରାଭୋଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe