ବିରାଟଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନ ଉଚ୍ଚ, କାଗଜରେ ନୈରାଶ୍ୟଜନକ: ବିଜୟ ମାଲ୍ୟା

ବିରାଟଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନ ଉଚ୍ଚ, କାଗଜରେ ନୈରାଶ୍ୟଜନକ: ବିଜୟ ମାଲ୍ୟା

Zee News

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌କୁ ପୁଣି ଥରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଅଙ୍କ ତାଲିକାର ଶେଷରେ ସ୍ଥାନ ମଳିଛି। ଚଳିତ ସଂସ୍କରଣରେ ବେଙ୍ଗାଲୁରୁ ଟିମ୍‌ର ପ୍ରଦର୍ଶନ ବହୁତ ଖରାପ ଥିଲା ଏବଂ କ୍ରମାଗତ ୬ଟି ମ୍ୟାଚ ଜିତିବା ପରେ ପ୍ଲେଅପରୁ ବାହାରିଯିବା ଭଳି ଲାଗୁଥିଲା। ଟିମ ଶେଷ ଲିଗ୍‌ ମ୍ୟାଚ ଖେଳିବା ପୂର୍ବରୁ ବାହାର ହୋଇ ଯାଇଥିଲା। ବେଙ୍ଗାଲୁରୁ ଟିମ୍‌ର ସହ-ମାଲିକ ବିଜୟ ମାଲ୍ୟା ଟୁଇଟର ଜରିଆରେ ନିଜର ଟିମ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ଅଙ୍କ ତାଲିକାରେ ବେଙ୍ଗାଲୁରୁ ଟିମ ଗତ ବର୍ଷ ୮ମ ସ୍ଥାନରେ ଥିଲା। ଚଳିତ ବର୍ଷ ମଧ୍ୟ ୮ମ ସ୍ଥାନରେ ରହିଛି। ଏଥର ବିରାଟଙ୍କ ଟିମକୁ ମାତ୍ର ୧୧ ପଏଣ୍ଟ ମିଳିଛି। ରାଜସ୍ଥାନ ବିପକ୍ଷରେ ମ୍ୟାଚ ବର୍ଷା ଯୋଗୁଁ ଖେଳ ପ୍ରଭାବିତ ହୋଇଥିଲା। ସେଥିପାଇଁ ସଂପୃକ୍ତ ମ୍ୟାଚର ପଏଣ୍ଟ ଭାଗ ହୋଇଥିଲା। ବେଙ୍ଗାଲୁରୁ ଟିମରେ ବିରାଟ କୋହଲିଙ୍କ ବ୍ୟତୀତ ଏବି ଡିଭିଲିୟର୍ସ, ପାର୍ଥିବ ପଟେଲ, ମୋଇନ ଅଲି, କୋଲିନ ଡି ଗ୍ରାଣ୍ଡହୋମ, ମାର୍କସ ଷ୍ଟୋଇନିସ୍‌, ଟିମ ସାଉଦୀ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ନଭଦୀପ ସୈନୀ ଭଳି ଖେଳାଳି ଥିଲେ। ମାଲ୍ୟା ଏହି ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ନେଇ କଟାକ୍ଷା କରିଛନ୍ତି।

ବିଜୟ ମାଲ୍ୟା ନିଜର ଟୁଇଟରରେ ବେଙ୍ଗାଲୁରୁ ଟିମର ଶୋଚନୀୟ ପରାଜୟ ନେଇ କଟାକ୍ଷ କରିଛନ୍ତି। ବିରାଟ କୋହଲିଙ୍କ ପ୍ରଦର୍ଶନ ଉଚ୍ଚ ହୋଇଥିଲେ ବି କାଗଜରେ ନୈରାଶ୍ୟଜନକ। ମାଲ୍ୟା କହିଛନ୍ତି, କାଠ ଚାମଚରେ ଟିମ୍‌ ବିପର୍ଯ୍ୟୟ ଶିକାର ହୋଇଛି। ମାଲ୍ୟା ମ୍ୟାସେଜକୁ ଅଧିନାୟକ ବିରାଟ କୋହଲିଙ୍କ ଇଷ୍ଟାଗ୍ରାମ ଜରିଆରେ ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe