ମାର୍ଚ୍ଚ ୨୯ରୁ ଆଇପିଏଲ୍‌: ୱାଙ୍ଖ୍‌ଡେରେ ମୁମ୍ବାଇ-ଦିଲ୍ଲୀ ମୁକାବିଲା

Advertisment

ଆରମ୍ଭରୁ ଖେଳିବେନି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ତାରକା

ଆରମ୍ଭରୁ ଖେଳିବେନି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ତାରକା

ୟୁଏଇ ପାଇଁ ଆନୁଷ୍ଠାନିକ ଅନୁମତି, ୧୮ ସୁଦ୍ଧା ଭିଭୋ ବିକଳ୍ପ ଘୋଷଣା

Image courtesy: tkbsen

ନୂଆଦିଲ୍ଲୀ : ଆଗାମୀ ୨୦୨୦ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ। ଏନେଇ କ୍ଷେତ୍ର ପ୍ରସ୍ତୁତ ‌ହୋଇସାରିଲାଣି। ମାର୍ଚ୍ଚ ୨୯ ତାରିଖ ଉଦ୍‌ଘାଟନୀ ମୁକାବିଲା ୨୦୧୯ର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ। ଏଭଳି ସୂଚନା ଦେଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍‌ସର ଜଣେ ଅଧିକାରୀ। ତେବେ ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଥିବାରୁ ଯେଉଁ ଦଳଗୁଡ଼ିକ ପ୍ରଥମ ସପ୍ତାହରେ ମ୍ୟାଚ୍‌ ଖେଳିବାର ସୂଚୀ ରହିବ ସେମାନେ ବିଶେଷତଃ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ ଖେଳାଳିଙ୍କ ସେବାରୁ ବଞ୍ଚିତ ରହିବେ। କାରଣ ସେହି ସବୟରେ ଏହି ତିନି ଦଳର ଆନ୍ତର୍ଜାତିକ ଶୃଙ୍ଖଳା ରହିଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍‌ ମାର୍ଚ୍ଚ ୩୧ରେ ଥିବାରୁ ଏହି ଦୁଇ ଦଳର ଖେଳାଳି ପ୍ରାୟତଃ ଏପ୍ରିଲ ପ୍ରଥମ ସପ୍ତାହରେ ହିଁ ନିଜ ନିଜ ଫ୍ରାଞ୍ଚାଇଜ୍‌ଙ୍କ ସହ ଯୋଗଦେଇପାରିବେ। ସେହିପରି ଇଂଲଣ୍ଡର ଟେଷ୍ଟ୍‌ ଶୃଙ୍ଖଳା ଶ୍ରୀଲଙ୍କା ସହ ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଥିବାରୁ ଏହି ଦୁଇ ଦଳର ଖେଳାଳି ମଧ୍ୟ ଆଇପିଏଲ୍‌ରେ ଯୋଗ ଦେଲା ବେ‌ଳକୁ ଏପ୍ରିଲ ପ୍ରଥମ ସପ୍ତାହ ଅଧା ହୋଇଯିବ। ତେଣୁ ଆଇପିଏଲ୍‌କୁ ୨୦୨୦ ଏପ୍ରିଲ ୧ ତାରିଖରୁ ଆରମ୍ଭ କଲେ ବିଦେଶୀ ଦଳର ନାମିଦାମି ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜ୍‌ ପକ୍ଷରୁ ପ୍ରଥମ ମ୍ୟାଚ୍‌ ଖେଳିବା ସମ୍ଭବ ହୁଅନ୍ତା ବୋଲି ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିକାରୀ ଜଣକ କହିଛନ୍ତି। ହେଲେ ଆଇପିଏଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚୀ ନେଇ କୌଣସି ବିଧିବଦ୍ଧ ସୂଚନା ପ୍ରକାଶ କରାଯାଇନାର୍ହି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe