Image Courtesy of ABP
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ସେପ୍ଟେମ୍ବର ୧୯ ତାରିଖରୁ ଦିନ ୟୁନାଇଟେଡ୍ ଆରବ ଏମିରେଟ୍ସ୍ରେ (ୟୁଏଇ) ଅନୁଷ୍ଠିତ ହେବ ଏବଂ ନଭେମ୍ବର ୮ ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଚୂଡ଼ାନ୍ତ ବିବରଣୀ ପ୍ରସ୍ତୁତ କରିବା ସହ ଅନୁସୂଚୀ ଅନୁମୋଦନ କରିବା ଲାଗି ଆସନ୍ତା ସପ୍ତାହରେ ‘ଆଇପିଏଲ୍’ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ବୈଠକ ଆୟୋଜନ କରାଯିବ। ଯୋଜନା ସମ୍ବନ୍ଧରେ ବିସିସିଆଇ ଫ୍ରାଞ୍ଚାଇଜିମାନଙ୍କୁ ଅଣଆନୁଷ୍ଠାନିକ ଭାବେ ସୂଚନା ମଧ୍ୟ ଦେଇଥିବା କଥା ଜଣାପଡ଼ିଛି।
Image Courtesy of Livemintସମ୍ବାଦ ସରବରାହ ସଂସ୍ଥାକୁ ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଥା ସମ୍ଭବ ‘ଆଇପିଏଲ୍’ ସେପ୍ଟେମ୍ବର ୧୯ ତାରିଖ ଦିନ ଆରମ୍ଭ ହେବ ଏବଂ ନଭେମ୍ବର ୮ ତାରିଖରେ ଫାଇନାଲ୍ ଖେଳାଯିବ। ୫୧ ଦିନିଆ ଏହି ମ୍ୟାଚ୍ ଫ୍ରାଞ୍ଚାଇଜି, ବ୍ରୋଡ୍କାଷ୍ଟର୍ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସୁହାଇବ।
କୋଭିଡ୍-୧୯ ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବ କପ୍ ବାତିଲ କରିବାକୁ ଆଇସିସିର ନିଷ୍ପତ୍ତି ଯୋଗୁଁ ‘ଆଇପିଏଲ୍’ ଖେଳ ସମ୍ଭବ ହୋଇ ପାରିଛି।
Follow Us