ଲକ୍ଡାଉନ୍ ପରିବର୍ଦ୍ଧିତ ହେବା ଯୋଗୁଁ ପୁଣି ଆଇପିଏଲ୍ ସ୍ଥଗିତ

ଲକ୍ଡାଉନ୍ ପରିବର୍ଦ୍ଧିତ ହେବା ଯୋଗୁଁ ପୁଣି ଆଇପିଏଲ୍ ସ୍ଥଗିତ

Image Source: Zee News

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍ ସମୟ ସୀମା ମେ ୩ ତାରିଖ ଯାଏଁ ବଢ଼ାଇ ଦେବାରୁ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୦ ପୁଣି ଥରେ ସ୍ଥଗିତ କରାଯାଇଛି।

ଆଇପିଏଲ୍ ୨୦୨୦ର ଭବିଷ୍ୟତ ବିଷୟରେ ଏବେ କୌଣସି ସ୍ପଷ୍ଟତା ପରିଲକ୍ଷିତ ହେଉନାହିଁ। ମେ ୩ ତାରିଖ ପରେ ଯାଇ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ ପରିସ୍ଥିତିର ସମୀକ୍ଷା କରିବ। ଅର୍ଥାତ୍ କୋଭିଡ୍-୧୯ ସଂକଟ ସମ୍ପର୍କରେ ଭାରତ ସରକାର ନୂଆ ମାର୍ଗଦର୍ଶିକା ପ୍ରକାଶ କରିବା ପରେ ଯାହାକିଛି ବିଚାର କରାଯିବ ବୋଲି ବୋର୍ଡସୂତ୍ରରୁ ପ୍ରକାଶ।

ମାର୍ଚ ୨୯ ତାରିଖରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୦ ପ୍ରଥମ‌େ ଏପ୍ରିଲ୍ ୧୫ ଯାଏଁ ବାତିଲ କରାଯାଇଥିଲା। ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌‌ ଘୋଷଣା କରିଥିବାରୁ ଏହା ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe