Image Courtesy of DNA India
ଦୁବାଇ: ରବିବାର ଦିନ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ ସୁନିଶ୍ଚିତ କରି କହିଛନ୍ତି।
ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍ ଆରବ ଏମିରେଟ୍ସ୍ ଏହି ଅର୍ଥ-ସମୃଦ୍ଧ ଲିଗ୍ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି। କ୍ରିକେଟ୍ ପ୍ରେମୀମାନେ ସେମାନଙ୍କ ପ୍ରିୟ ଟିମ୍ମାନଙ୍କର ଖେଳ ତାରିଖ ଜାଣିବାକୁ ବ୍ୟଗ୍ର ହୋଇ ଅପେକ୍ଷା କରିଛନ୍ତି।
ସମୟସୂଚୀ ବିଷୟରେ ପଚରାଯିବାରୁ ଗଣମାଧ୍ୟମକୁ ପଟେଲ୍ କହିଲେ, ଆସନ୍ତାକାଲି ସମୟସୂଚୀ ପ୍ରକାଶ ପାଇବ।
Image Courtesy of The Times of Indiaସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ୍ ୟୁନାଇଟେଡ୍ ଆରବ ଏମିରେଟ୍ସ୍ର ତିନିଟି ସ୍ଥାନ- ଦୁବାଇ, ଆବୁଧାବି ଓ ସାରଜା ଠାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ୍ର ଅଂଶ ଗ୍ରହଣ କରିବାକୁ ସମସ୍ତ ଟିମ୍ ୟୁଏଇରେ ପହଞ୍ଚି ତାଲିମ ଗ୍ରହଣ କରୁଛନ୍ତି। ଶେଷ ଦଳ ଭାବେ ତୃତୀୟ ପର୍ଯ୍ୟାୟ କୋଭିଡ୍-୧୯ ନମୁନା ପରୀକ୍ଷା ପରେ ‘ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଶୁକ୍ରବାର ଦିନ ମୈଦାନକୁ ଯାଇ ତାଲିମ ନେବା ଆରମ୍ଭ କରିଛନ୍ତି।
ଦୁଇ ଜଣ ଖେଳାଳିଙ୍କ ସମେତ ୧୩ଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଗତ ସପ୍ତାହରେ ‘ବିସିସିଆଇ’ ସୁନିଶ୍ଚିତ କରିଥିଲା। କିନ୍ତୁ, କେଉଁ ଟିମ୍ର କେତେ ଜଣ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି, ବୋର୍ଡ ନିର୍ଦ୍ଦିଷ୍ଟ ଭାବେ କିଛି କହି ନ ଥିଲା। ଖେଳାଳି ଓ କର୍ମଚାରୀଙ୍କ ପରିଚୟ ମଧ୍ୟ ପ୍ରକାଶ କରାଯାଇ ନ ଥିଲା।
Follow Us