ଆଇପିଏଲ୍‌-୨୦୨୧: ଦିଲ୍ଲୀ ସମ୍ମୁଖରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

Advertisment
ଆଇପିଏଲ୍‌-୨୦୨୧: ଦିଲ୍ଲୀ ସମ୍ମୁଖରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

Photo: IPL Tweet

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପଂଜାବ କିଙ୍ଗସ୍‌ ଭେଟିଛି। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କେଏଲ୍‌ ରାହୁଲଙ୍କ ନେତୃତ୍ବରେ ପଂଜାବ ବ୍ୟାଟିଂ କରିଥିଲା। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୬ ରନ୍‌ ଲକ୍ଷ୍ୟ‌ ଦେଇଛି।

ପଂଜାବର ଇନିଂସ ଆରମ୍ଭ କରିଥିଲେ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲ। ଉଭୟ ଓପନର ପ୍ରଥମ ୱିକେଟ୍‌ରେ ୧୨୨ ରନ୍‌ କରିଥିଲେ। ଦିଲ୍ଲୀର ପ୍ରଥମ ଶିକାର ହେବା ପୂର୍ବରୁ ମୟଙ୍କ ଟିମ୍‌ ପାଇଁ ସର୍ବାଧିକ ୬୯ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୪ଟି ଛକା ମାରିଥିଲେ। ମୟଙ୍କ ଆଉଟ୍‌ ହେବା ପରେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ ଖେଳିବାକୁ ଆସିଥିଲେ। ପଂଜାବ ୨ୟ ୱିକେଟ୍‌ ଭାବେ ରାହୁଲଙ୍କୁ ହରାଇଥିଲା। ସେତେବେଳକୁ ସ୍କୋର ୧୪୧ ରନ୍‌ ହୋଇଥିଲା।

କ୍ରିସ୍‌ ଗେଲ୍‌ ପଡ଼ିଆରେ ବେଶି ସମୟ ରହିପାରି ନଥିଲେ। ସେ ୯ଟି ବଲ ଖେଳି ୧୧ ରନ୍‌ କରି ଦିଲ୍ଲୀର ୩ୟ ଶିକାର ହୋଇଥିଲେ। ୧୫୮ ରନ୍‌ରେ ପଂଜାବର ୩ ଜଣ ଆଉଟ୍‌ ହୋଇଥିଲେ। ନିକୋଲାସ ପୂରନ ୯ରନ୍‌ କରିଥିଲେ। ଦୀପକ ହୁଡ଼ା ଅପରାଜିତ ୨୨ ରନ୍‌ ଓ ଶାହାରୁଖ ଖାନ୍‌ ଅପରାଜିତ ୧୫ ରନ୍‌ ଯୋଡ଼ିଥିଲେ। ଦିଲ୍ଲୀ ପାଇଁ କ୍ରିସ୍‌ ୱକ୍ସ, ଲୁକମାନ ମେରିୱାଲା, କାଗିସୋ ରାବଡ଼ା ଓ ଅଭେସ ଖାନ‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe