ଆଇପିଏଲ୍‌-୨୦୨୧: ଷ୍ଟାଡିୟମ୍‌ରେ ସୀମିତ ଦର୍ଶକଙ୍କୁ ସୁଯୋଗ

Advertisment

ସଂଗରୋଧର ମଜା ଉଠାଉଛନ୍ତି ବୁମ୍‌ରା-ସଞ୍ଜନା

ସଂଗରୋଧର ମଜା ଉଠାଉଛନ୍ତି ବୁମ୍‌ରା-ସଞ୍ଜନା

ଆଇପିଏଲ୍‌-୨୦୨୧: ଷ୍ଟାଡିୟମ୍‌ରେ ସୀମିତ ଦର୍ଶକଙ୍କୁ ସୁଯୋଗ

ନୂଆଦିଲ୍ଲୀ: ୟୁଏଇରେ ରବିବାରଠୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌-୨୦୨୧ର ଦ୍ବିତୀୟ ଚରଣ ବେଳେ ସୀମିତ ଦର୍ଶକଙ୍କୁ ଷ୍ଟାଡିୟମ୍‌ ପ୍ରବେଶ ସୁଯୋଗ ଦେବାକୁ ଆୟୋଜକଙ୍କ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଭାରତରେ ଜୈବ ବଳୟ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଥିବା ସତ୍ତ୍ବେ ମେ’ ମାସରେ କରୋନା ଆକ୍ରାନ୍ତ ବାହାରିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ରବିବାରଠୁ ସ୍ଥଗିତ ଥିବା ମ୍ୟାଚ୍‌ଗୁଡ଼ିକ ୟୁଏଇରେ ଖେଳାଯିବ। ଦ୍ବିତୀୟ ଚରଣର ପ୍ରଥମ ମୁକାବିଲା‌ ଦୁବାଇ ଇଣ୍ଟରନ୍ୟାସନାଲ୍‌ କ୍ରି‌କେଟ୍‌ ଷ୍ଟାଡିୟମରେ ବିଜେତା ମୁମ୍ବାଇ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ‘‘କରୋନା ପରେ ଆଇପିଏଲ୍‌ ଏହି ମ୍ୟାଚ୍‌ ଜରିଆରେ ଷ୍ଟାଡିୟମରେ ଦର୍ଶକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। ମ୍ୟାଚ୍‌ଗୁଡ଼ିକ ଦୁବାଇ, ସାର୍‌ଜା ଓ ଆବୁଧାବିରେ ଖେଳାଯିବ। କରୋନା ପ୍ରୋଟୋକଲ୍ସ ଏବଂ ୟୁଏଇ ସରକାରଙ୍କ ନିୟମାବଳୀ ଅନୁଯାୟୀ ସୀମିତ ଆସନ ଦର୍ଶକଙ୍କ ପାଇଁ ସଂରକ୍ଷିତ ରଖାଯିବ’’ ବୋଲି ଆଇପିଏଲ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୨୦୧୯ ପରେ ପ୍ରଥମ ଥର ଲାଗି ଆଇପିଏଲ୍‌ ଦର୍ଶକଙ୍କ ସମ୍ମୁଖରେ ଖେଳାଯିବ। ଗତ ବର୍ଷ ବିନା ଦର୍ଶକରେ ୟୁଏଇରେ ଏବଂ ଚଳିତ ବର୍ଷ ପ୍ରଥମ ଚରଣ ଭାରତରେ ବିନା ଦର୍ଶକରେ ଖେଳାଯାଇଥିଲା। କେତେ ଦର୍ଶକଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ହେବାର ସମ୍ଭାବନା ରହିଛି। ଟିକେଟ୍‌ ବିକ୍ରି ଗୁରୁବାରଠୁ ହେବ। ପ୍ରଶଂସକମାନେ ଆଇପିଏଲ୍‌ ‌ୱେବ୍‌ସାଇଟ୍‌ www.ipl20.com କିମ୍ବା PlatinumList.netରେ ଟିକେଟ୍‌ କିଣିପାରିବେ ବୋଲି ଲିଗ୍‌ ଆୟୋଜକ ପକ୍ଷରୁ କୁହାଯାଇଛି।

ସଂଗରୋଧର ମଜା ଉଠାଉଛନ୍ତି ବୁମ୍‌ରା-ସଞ୍ଜନା

ଆବୁଧାବି: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଆଇପିଏଲ୍‌ ଖେଳିବା ଲାଗି ସଂପ୍ରତି ୟୁଏଇରେ ରହିଛନ୍ତି। ତାଙ୍କ ଟିଭି ଆଙ୍କର ପତ୍ନୀ ସଞ୍ଜନା ଗଣେଶନ୍‌ ମଧ୍ୟ ବୁମ୍‌ରାଙ୍କ ସହ‌ ସେଠାରେ ଅଛନ୍ତି। ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ର ଦ୍ବିତୀୟ ଚରଣ ଆରମ୍ଭ ହେବାକୁ ଥିଲା ବେଳେ ଉଭୟ ଏକାଠି ଆବୁଧାବିର ଏକ ହୋଟେଲରେ ସଂଗରୋଧରେ ରହି ସମୟ କାଟୁଛନ୍ତି। ସ୍ମିତହାସ୍ୟ ଚେହେରାରେ ଉଭୟ ‌ହୋଟେଲ ବାଲ୍‌କୋନି ଠିଆ ହୋଇଥିବା ବେ‌ଳର ଏକ ଫଟୋକୁ ବୁମ୍‌ବୁମ୍‌ (ବୁମ୍‌ରା) ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ୍‌ କରିଛନ୍ତି। ‌‘ହେଲେ ଆମେ ସଂଗରୋଧ‌ରେ’ ବୋଲି ଫଟୋ ଶିରୋନାମ‌ା ରଖିଛନ୍ତି। ସେହିଭଳି ସଞ୍ଜନା ଇନ୍‌ଷ୍ଟାଗ୍ରାମରେ ଆଉ ଏକ ଫଟୋ ଛାଡ଼ିଛନ୍ତି। ଏଥିରେ ଉଭୟ ହସହସ ମୁହଁରେ ହାତ ହଲାଉଛନ୍ତି। ଏହାର ଶିରୋନାମାରେ ସଞ୍ଜନା ଲେଖିଛନ୍ତି ଯେ ‘ଖାଲି ସେତିକି ନୁହେଁ ଆମ ମଧ୍ୟରୁ ଜଣେ ଟିକେ ଅଧିକ ସଂଗରୋଧ ଉପଭୋଗ କରୁଛନ୍ତି’। ବୁମ୍‌ରାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଆଇପିଏଲ୍‌ ଦ୍ବିତୀୟ ଚରଣର ଉଦ୍‌ଘାଟନୀ ମୁକାବିଲାରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ପ୍ରଥମ ଚରଣ ଆଇପିଏଲ୍‌ରେ ବୁମ୍‌ରା ୭ ମ୍ୟାଚ୍‌ ଖେଳି ୭.୧୧ ଇକୋନୋମିରେ ୬ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe