ଆଇପିଏଲ୍‌ ୨୦୨୨: ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’ ହେଲା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’; ସେୟାର୍‌ ଦର ୭,୬୦୦ କୋଟି ଟଙ୍କା

Advertisment
ଆଇପିଏଲ୍‌ ୨୦୨୨: ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’ ହେଲା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’; ସେୟାର୍‌ ଦର ୭,୬୦୦ କୋଟି ଟଙ୍କା

Image Courtesy of Zee News

ନୂଆଦିଲ୍ଲୀ: ୪ ଥର ‘ଆଇପିଏଲ୍‌’ ବିଜୟୀ ‌ହୋଇଥିବା ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌’ (ସିଏସ୍‌କେ) ସେୟାର୍‌ ବଜାରରେ ୭,୬୦୦ କୋଟି ଟଙ୍କାର ‘ମାର୍କେଟ୍‌ କ୍ୟାପିଟାଲାଇଜେସନ୍’ ସ୍ପର୍ଶ କରି ଭାରତର ପ୍ରଥମ ‘ସ୍ପୋର୍ଟସ୍‌ ୟୁନିକର୍ଣ୍ଣ ଏଣ୍ଟର୍‌ପ୍ରାଇଜ୍‌’। ‘ଆଇପିଏଲ୍‌’ ୧୫ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ‘ଗ୍ରେ ମାର୍କେଟ୍‌’ରେ ଏହାର ‘ସେୟାର୍‌’ ୨୧୦-୨୨୫ ଟଙ୍କାରେ ବ୍ୟବସାୟ କରୁଥିବା ‘ସର୍କଲ୍‌ ଅଫ୍‌ କ୍ରିକେଟ୍‌’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଶୁକ୍ରବାର ଦିନ ‘ଇଣ୍ଡିଆ ସିମେଣ୍ଟ୍‌’ର ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌ ଦର ଥିଲା ୬,୮୬୯ କୋଟି ଟଙ୍କା।

‘ସିଏସ୍‌କେ’ ‘ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌’ ବୃଦ୍ଧି ପାଇବାର ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ଦୁବାଇରେ ଏହି ଟିମ୍‌ ୪ର୍ଥ ଥର ‘ଆଇପିଏଲ୍‌’ ଟାଇଟଲ୍‌ ଜିଣିବା। ଦ୍ବିତୀୟ କାରଣ ହେଉଛି, ଆଗାମୀ ସେସନ୍‌ରେ ଦୁଇଟି ଫ୍ରାଞ୍ଚାଇଜ୍‌ ରେକର୍ଡ ମୂଲ୍ୟରେ ଏଥିରେ ସାମିଲ କରାଯିବା। ସଞ୍ଜୀବ ଗୋଏଙ୍କାଙ୍କ ନେତୃତ୍ବାଧୀନ ‘ଆର୍‌ପିଏସ୍‌ଜି ଗ୍ରୁପ୍‌’ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌କୁ (ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌) ୭,୦୯୦ କୋଟି ଟଙ୍କାରେ ଖରିଦ କରିଥିବା ବେଳେ ‘ସିଭିସି କ୍ୟାପିଟାଲ୍‌’ ୫,୬୨୫ କୋଟି ଟଙ୍କାରେ ଅହମଦାବା ଫ୍ରାଞ୍ଚାଇଜ୍‌ର ସତ୍ବ ଖରିଦ କରିଛି।

publive-image Image Courtesy of ABP Live

‘ଇଣ୍ଡିଆ ସିମେଣ୍ଟ୍‌’ର ପରିଚାଳନା ନିର୍ଦେଶକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ଶୁକ୍ରବାର ଦିନ କହିଛନ୍ତି ଯେ, ବ୍ରାଣ୍ଡ୍‌ ‘ସିଏସ୍‌କେ’ ‘ବ୍ରାଣ୍ଡ୍‌ ଇଣ୍ଡିଆ ସ‌ିମେଣ୍ଟ୍‌’କୁ ଟପିଯିବ। ୟୁଏସ୍‌ରେ ‘ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌’ଗୁଡ଼ିର ଇତିହାସ ଅବଲୋକନ କଲେ ତାହା ସମସ୍ତଙ୍କୁ ଟପିଯିବ ବୋଲି ମନେହୁଏ। ଭାରତରେ କ୍ରିକେଟ୍‌ ପ୍ରତି ମାତ୍ରଧିକ ଆବେଗ ରହିଛି। ତେଣୁ, ଆଗକୁ ଦେଶ ଦେଶ ମଧ୍ୟରେ ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ଅଗ୍ରଗତି ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe