ଆଇପିଏଲ୍‌୨୦୨୨: ଏପ୍ରିଲ ମଝିରୁ ଖେଳିପାରନ୍ତି ଦୀପକ ଚହର

Advertisment

ବିଜୁ ଜର୍ଜ ଦିଲ୍ଲୀ କ୍ୟାପିଟାଲ୍ସର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ

ବିଜୁ ଜର୍ଜ ଦିଲ୍ଲୀ କ୍ୟାପିଟାଲ୍ସର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ

ସିଏସ୍‌କେକୁ ଝଟ୍‌କା: ଆହତ ଦୀପକ ଚହର ପୂରା ଆଇପିଏଲ୍‌ରୁ ବାଦ୍‌

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ଆଇପିଏଲ୍‌ ଲାଗି ବିଜୁ ଜର୍ଜଙ୍କୁ ‌କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ବିଜୁ ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ଙ୍କ ସ୍ଥାନ ‌ନେବେ। ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ, ସେନ୍‌ ୱାଟ୍‌ସନ୍‌, ଜେମ୍ସ ହୋପ୍‌ସ ଓ ପୂର୍ବତନ କ୍ରିକେଟର୍‌ ଅଜିତ ଅଗରକର ଓ ପ୍ରବୀଣ ଆମ୍ରେଙ୍କ ସହ ଦିଲ୍ଲୀ ପ୍ରଶିକ୍ଷକ ମଣ୍ଡଳିରେ ସ୍ଥାନ ପାଇଛନ୍ତି ବିଜୁ। ବିଜୁ ପୂର୍ବରୁ ଭାରତୀୟ ମିହିଳା ଦଳର ‌କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଥିଲେ। ୨୦୧୫ ଓ ୨୦୧୬ରେ ସେ କୋଲ୍‌କାତା ନାଇଟ୍‌ ରାଇଡର୍ସ, ୨୦୨୦ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ମଧ୍ୟ କାର୍ଯ୍ୟ କରିଥିଲେ। ଏଥିସହ ‌ସେ କୁଏତ ଜାତୀୟ ଦଳର ଦାୟିତ୍ବରେ ମଧ୍ୟ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାରଠୁ ମୁମ୍ବାଇରେ ଏକାଠି ହୋଇ ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କରିବ। କିନ୍ତୁ ଅଧିନାୟକ ଋଷଭ ପନ୍ତ ‌ଶ୍ରୀଲଙ୍କା ‌ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପରେ ଦଳ ସହ ଯୋଗଦେବେ। ଦିଲ୍ଲୀ ମାର୍ଚ ୨୭ରେ ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ଏପ୍ରିଲ ମଝିରୁ ଖେଳିପାରନ୍ତି ଦୀପକ ଚହର
ଚେନ୍ନାଇ: ଆହତ ଯୋଗୁଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ୧୪ କୋଟି ଟଙ୍କାର ଖେଳାଳି ଦୀପକ ଚହରଙ୍କ ଆଇପିଏଲ୍‌ ଖେଳିବା ଅନିଶ୍ଚିତତାରେ ଥିଲା। ହେଲେ ଏହା କିଛିଟା ଦୂର ହୋଇଛି। ତାଙ୍କ ଆଘାତ ସମସ୍ୟାର କୌଣସି ଅସ୍ତ୍ରୋପଚାର ଏବେ ହେବାର ନାହିଁ। ତେଣୁ ସେ ଏପ୍ରିଲ ମଧ୍ୟଭାଗରେ ସୁସ୍ଥ ହୋଇ ଆଇପିଏଲ୍‌କୁ ଫେରିବାର ସମ୍ଭାବନା ରହିଛି। ସଂପ୍ରତି ସେ ସୁସ୍ଥ ହେବା ଲାଗି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ୮ ସପ୍ତାହର ପୁନର୍ବାସ କାର୍ଯ୍ୟକ୍ରମ‌ରେ ଯୋଡ଼ି ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଫ୍ରାଞ୍ଚାଇଜ୍‌ ସିଏସ୍‌କେ ସୁରତରେ ଆଇପିଏଲ୍‌ ପ୍ରସ୍ତୁତ ଆରମ୍ଭ କରି ଦେଇଛି। ଦୁଇ ତିନି ସପ୍ତାହ ମଧ୍ୟରେ ଚହର ଦଳ ସହ ସୁରତରେ ଯୋଗ ଦେବାଲାଗି ସିଏସ୍‌କେ ଆଶା ରଖିଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ଚହର ଆହତ ହୋଇଥିଲେ। ଏମ୍‌ଆର୍‌ଆଇ ପରେ ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ୍‌ ଥିବାରୁ ସେ ଅସ୍ତ୍ରୋପଚାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe