ଆଇପିଏଲ-୨୦୨୩ର ରଙ୍ଗିନ ଶୁଭାରମ୍ଭ, ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ଗୁଜରାଟ ମୁକାବିଲା  

Advertisment
ଆଇପିଏଲ-୨୦୨୩ର ରଙ୍ଗିନ ଶୁଭାରମ୍ଭ, ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ଗୁଜରାଟ ମୁକାବିଲା  

ଅହମ୍ମଦାବାଦ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ-୨୦୨୩ର ଶୁଭାରମ୍ଭ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇଛି । ପ୍ରସିଦ୍ଧ ଗାୟକ ଅରିଜିତ ସିଂ ନିଜର କେତେକ ଲୋକପ୍ରିୟ ଗୀତ ଗାଇ ଦର୍ଶକଙ୍କ ମନ ମୋହିନେଇଥିଲେ । ଅରିଜିତଙ୍କ ଗୀତରେ ଦର୍ଶକ ଜୋରଦାର ନାଚ କରିଥିଲେ । ପିଆନୋ ବଜାଇବା ପରେ ଅରିଜିତ ଗିଟାର ସହ ନିଜର ସଂଗୀତ ପରିବେଷଣ କରିଥିଲେ । ସେ ତାଙ୍କର ପ୍ରସିଦ୍ଧ ଗୀତ ଝୁମେ ଯୋ ପଠାନ, ଲହରା ଦୋ ଏବଂ କେଶରିଆ ଆଦି ଗାଇଥିଲେ । ଏହା ପରେ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତମନ୍ନା ଭାଟିଆ ନୃତ୍ୟ ପରିବେଷଣ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ବିସିସିଆଇ ସଚିବ ଜୟ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ବର୍ତ୍ତମାନର ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ । ଗୁଜରାଟର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ୍ ଇତିହାସରେ ଉଭୟ ଦଳ ଏପର୍ଯ୍ୟନ୍ତ ଦୁଇଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ହାର୍ଦ୍ଦିକଙ୍କ ଦଳ ଗୁଜରାଟ ଟାଇଟାନ୍ସ ବିଜୟୀ ହୋଇଛି। ଏହି ମ୍ୟାଚ୍ ଜିତି ଗୁଜରାଟ ଦଳ ଚେନ୍ନାଇ ବିପକ୍ଷରେ ବିଜୟର ହ୍ୟାଟ୍ରିକ୍ ହାସଲ କରିବାକୁ ଚାହୁଁଥିବା ବେଳେ ମାହିଙ୍କ ଦଳ ଗୁଜରାଟ ବିପକ୍ଷରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe