ନୂଆଦିଲ୍ଲୀ: ପୂର୍ବ ଆଇପିଏଲ ନିଲାମରେ, ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ ଦଳ କେ.କେ.ଆର. ୨୪.୭୫ କୋଟିରେ କିଣିଥିଲା | ଏହା ପରେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ ମିଚେଲ | ବର୍ତ୍ତମାନ ଆଇପିଏଲ-୨୦୨୫ ପାଇଁ ମେଗା ନିଲାମି ଆରମ୍ଭ ହେବାକୁ ଯାଉଛି | ଏଥର କେଉଁ ଦଳ କାହାକୁ କେତେ ଟଙ୍କାରେ କିଣିବ ସେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି | ଏମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇରଫାନ୍ ଆଇପିଏଲ୍-୨୦୨୫ ନିଲାମିକୁ ନେଇ ଭବିଷ୍ୟବାଣୀ କରିବା ସହ ସବୁଠୁ ଦାମୀ ଖେଳାଳି କିଏ ହେବ ତାହା ଜଣାଇଛନ୍ତି | ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଇରଫାନ୍ ଏହି ଭବିଷ୍ୟବାଣୀ କରିଛନ୍ତି।
ଇରଫାନ୍ ତାଙ୍କ ପୋଷ୍ଟରେ ସ୍ୱୀକାର କରିଛନ୍ତି ଯେ, ଆଇପିଏଲ-୨୦୨୫ ପାଇଁ ହେବାକୁ ଥିବା ନିଲାମିରେ ଋଷବ ପନ୍ତଙ୍କ ଉପରେ ଟଙ୍କା ବର୍ଷା ହେବ ଏବଂ ସେ ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିବେ। ଇରଫାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମିଚେଲ ଷ୍ଟାର୍କଙ୍କ ନିଲାମ ରେକର୍ଡ ବିପଦରେ ଅଛି। ଋଷବ ପନ୍ତ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି।" ଇରଫାନଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Follow Us