ନିଲାମି ପୂର୍ବରୁ ଆଇପିଏଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା : ମାର୍ଚ୍ଚ ୧୪ରୁ ଆରମ୍ଭ, ଏହି ଦିନ‌ ହେବ ଶେଷ

ଆଇପିଏଲ୍ ୨୦୨୫ର ମେଗା ନିଲାମି ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଦ୍ଦାଠାରେ ଅନୁଷ୍ଠିତ ହେବ | ମେଗା ନିଲାମି ପୂର୍ବରୁ ଏ‌ବେ ଆଇପିଏଲ ମ୍ୟାଚର ତାରିଖ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
iplt

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ନିଲାମି ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଦ୍ଦାଠାରେ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପାଇଁ ୫୭୪ଖେଳାଳିଙ୍କୁ ରଖାଯାଇଛି। ପ୍ରଥମେ ଏହି ନିଲାମ ପାଇଁ ୧୫୭୪ଜଣ ଖେଳାଳି ପଞ୍ଜୀକୃତ ହୋଇଥିଲେ ମଧ୍ୟ ୧୦୦୦ ଖେଳାଳିଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ ଦିଆଯାଇଥିଲା | ଏ‌ବେ ୫୭୪ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ୨୦୪ଜଣ ଖେଳାଳି ବିକ୍ରି ହେବାକୁ ସକ୍ଷମ ହେବେ | ଏଥର ସମୁଦାୟ ୧୦ଟି ଦଳର ପାଖରେ ମୋଟ ୬୪୧ କୋଟି ଟଙ୍କା ବାକି ଅଛି।

ଏହି ନିଲାମି ଆରମ୍ଭ ହେବା ପୂର୍ବରୁ ଏବେ ଆଇପିଏଲ-୨୦୨୫ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରାଯାଇଛି। ମ୍ୟାଚଗୁଡ଼ିକ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଏବଂ ମେ’ ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହା ସହ ଆଇପିଏଲ ୨୦୨୬ର ମ୍ୟାଚ୍ ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇ ମେ’ ୩୧ପର୍ଯ୍ୟନ୍ତ ଚାଲିବ। ସେହିଭଳି ୨୦୨୭ରେ ମ୍ୟାଚ୍ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ମେ’ ୩୦ପର୍ଯ୍ୟନ୍ତ ଚାଲିବ।

ଆଇପିଏଲ ନିଲାମି ପାଇଁ ବଛାଯାଇଥିବା ୫୭୪ଖେଳାଳିଙ୍କ ତାଲିକାରେ ୮୧ଜଣ ଏଭଳି ଖେଳାଳି ଅଛନ୍ତି ଯାହାଙ୍କ ବେସ୍ ପ୍ରାଇସ୍ ୨କୋଟି ଟଙ୍କା ରହିଛି। ଏହା ସହ ଅନ୍ୟ ୨୭ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ରହିଛି। | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe