CSK replaces Jadeja: ଆଇପିଏଲ୍‌ ୨୦୨୬: ଜାଡ଼େଜାଙ୍କୁ ବଦଳ କଲା ସିଏସ୍‌କେ

ଚଳିତ ମାସ ୨୭ ତାରିଖରେ ନୂଆଦିଲ୍ଲୀରେ ଆଇପିଏଲ୍‌ ୨୦୨୬ ଲାଗି ମିନି ନିଲାମ ‌କରାଯିବ। ଏଥିଲାଗି ଫ୍ରାଞ୍ଚାଇଜ୍‌ମାନଙ୍କୁ ଖେଳାଳି ରଖିବା, ଛାଡ଼ିବା ଓ ଟ୍ରେଡ୍‌ କରିବା ପ୍ରକ୍ରିୟା ଶନିବାର ଶେଷ ହୋଇଛି।

jadeja

Photograph: (The Economic Times)

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରେ ନୂଆଦିଲ୍ଲୀରେ ଆଇପିଏଲ୍‌ ୨୦୨୬ ଲାଗି ମିନି ନିଲାମ ‌କରାଯିବ। ଏଥିଲାଗି ଫ୍ରାଞ୍ଚାଇଜ୍‌ମାନଙ୍କୁ ଖେଳାଳି ରଖିବା, ଛାଡ଼ିବା ଓ ଟ୍ରେଡ୍‌ କରିବା ପ୍ରକ୍ରିୟା ଶନିବାର ଶେଷ ହୋଇଛି। ପ୍ରତ୍ୟେକ ଦଳ ଛାଡ଼ିଥିବା ଓ ରଖିଥିବା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି। କିଛି ଦଳ ପସନ୍ଦର ଖେଳାଳି ରଖିବା ଲାଗି ଏହା ଭିତରେ ଅନ୍ୟ ଦଳ ସହ ଟ୍ରେଡ୍‌ ଜରିଆରେ ଖେଳାଳି ଅଦଳବଦଳ କରିଛନ୍ତି। ୩ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟ୍ରେଡ୍‌ ଜରିଆରେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ‌ବଦଳରେ ରାଜସ୍ଥାନ ରୟାଲ୍ସର ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ଙ୍କୁ ନେଇଛି। ଏହି ଦୁହିଁଙ୍କ ବାଦ୍‌ ନୀତୀଶ ରାଣା (ଦିଲ୍ଲୀ କ୍ୟାପିଟାଲ୍ସ), ଶାର୍ଦୁଲ ଠାକୁର (ମୁମ୍ବାଇ ଇଣ୍ଡିଆନ୍ସ) ଓ ମହମ୍ମଦ ସାମି (ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ୍‌)ଙ୍କ ଭଳି ଆଉ କିଛି ତାରକା ଖେଳାଳିଙ୍କୁ ଅଦଳବଦଳ କରାଯାଇଛି।

ଦଳଗୁଡ଼ିକ ଛାଡ଼ିଥିବା ଖେଳାଳି
ସିଏସ୍‌କେ: ରାହୁଲ ତ୍ରିପାଠୀ, ବଂଶ ବେଦୀ, ସି ଆନ୍ଦ୍ରେ ସିଦ୍ଧାର୍ଥ, ରାଚିନ ରବୀନ୍ଦ୍ର, ଡେଭନ କନୱେ, ସାମ କରନ (ଟ୍ରେଡ୍‌), ରବୀନ୍ଦ୍ର ଜାଡ଼େଜା (ଟ୍ରେଡ୍‌), ଦୀପକ ହୁଡ଼ା, ବିଜୟ ଶଙ୍କର, ସେକ୍‌ ରସିଦ, କମଲେଶ ନାଗରକୋଟି, ମଥୀଶା ପଥିରଣା।

ଦିଲ୍ଲୀ କ୍ୟାପିଟାଲ୍ସ: ଫାଫ୍‌ ଡୁ’ପ୍ଲେସିସ୍‌, ଜେକ୍‌ ଫ୍ରେଜର-ମ୍ୟାକ୍‌ର୍ଗ, ଡୋନୋଭାନ ଫେରିଇରା (ଟ୍ରେଡ୍‌), ସେଦିକୁଲ୍ଲା ଅଟଳ, ମନବନ୍ତ କୁମାର, ମୋହିତ ଶର୍ମା, ଦର୍ଶନ ନଲଖଣ୍ଡେ।

ଗୁଜରାଟ ଟାଇଟାନ୍ସ: ସେର୍ଫାନେ ରଦରଫୋର୍ଡ (ଟ୍ରେଡ୍‌), ମହିପାଲ ଲୋମ୍‌ରର, କରିମ୍‌ ଜନତ, ଦସୁନ ଶଣକ‌ା, ଗେରାଲ୍ଡ ଗୋଏଜି, କୁଲବନ୍ତ ଖେଜ୍ରୋଲିଆ।।

କେକେଆର୍‌: ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟର, କ୍ବିଣ୍ଟନ ଡି’କକ୍‌, ମୋଇନ ଅଲୀ, ଅନ୍‌ରିକ୍‌ ନର୍ଖିୟା, ମୟଙ୍କ ମାର୍କଣ୍ଡେ (ଟ୍ରେଡ୍‌)। 

ଏଲ୍‌ଏସ୍‌ଜି: ଆର୍ଯ୍ୟନ ଜୁୟାଲ, ଡେଭିଡ ମିଲର, ଯୁବରାଜ ଚୌଧୁରୀ, ରାଜବର୍ଦ୍ଧନ ହାଙ୍ଗାରଗେକର, ଶାର୍ଦୁଲ ଠାକୁର (ଟ୍ରେଡ୍‌), ଆକାଶ ଦୀପ, ରବି ବିଷ୍ଣୋଇ, ଶାମର ଯୋଶେଫ।

ମୁମ୍ବାଇ ଇଣ୍ଡିଆନ୍ସ: ସତ୍ୟନାରାୟଣ ରାଜୁ, ରିସି ଟପ୍‌ଲେ, କେଏଲ୍‌ ଶ୍ରୀଜିତ, କର୍ଣ୍ଣ ଶର୍ମା, ଅର୍ଜୁନ ତେନ୍ଦୁଲକର, ବେଭନ ଜାକବ୍ସ, ମୁଜୀବ ଉର୍‌ ରହମାନ, ଲାଜାର୍ଡ ୱିଲିୟମ୍ସ, ‌ବିଘ୍ନେଶ ପୁଥୁର।

ପଞ୍ଜାବ କିଙ୍ଗ୍ସ: ଗ୍ଲେନ ମ୍ୟାକ୍ସୱେଲ୍‌, ଜୋସ ଇଙ୍ଗଲିସ୍‌, ‌ଆରୋନ ହାର୍ଡି, କୁଲଦୀପ ସେନ।

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ (ଟ୍ରେଡ୍‌), ନୀତୀଶ ରାଣା, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା।

ଆର୍‌ସିବି: ସ୍ବସ୍ତିକ ଚିକାରା, ମୟଙ୍କ ଅଗ୍ରୱାଲ, ଟିମ୍‌ ସେଫର୍ଟ, ଲିଅମ ଲିଭିଂଷ୍ଟୋନ୍‌, ମନୋଜ ଭଣ୍ଡାଗେ, ଲୁଙ୍ଗି ଏନ୍‌ଗିଡି, ବ୍ଲେସିଂ ମୁଜରବାନି, ମୋହିତ ରାଠି।

ସନ୍‌ରାଇଜର୍ସ ହାଇବ୍ରାବାଦ: ମହମ୍ମଦ ସାମି (ଟ୍ରେଡ୍‌), ଆଡାମ ଜାମ୍ପା, ରାହୁଲ ଚହର, ୱିଆନ୍‌ ମୁଲଡର, ଅଭିନବ ମନୋହର, ଅଥର୍ବ ତାଇଡେ, ସଚିନ ବେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe