ଆଇପିଏଲ୍‌ ୧୨: କୋହଲି-ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ, କୋଲକାତାକୁ ୨୦୬ ରନ୍‌ ଟାର୍ଗେଟ

ଆଇପିଏଲ୍‌: ଟସ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ବେଙ୍ଗାଲୁରୁ କରୁଛି ବ୍ୟାଟିଂ

Cricbuzz

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶୁକ୍ରବାର ପ୍ରଥମ ଥର ପାଇଁ ଏକ ପ୍ରକାରର ମଜବୁତ ସ୍କୋର କରିଛି। ଟିମ୍‌ ଆଜି ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଛି। ଟସ୍‌ ଜିଣି କୋଲକାତା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।

ବେଙ୍ଗାଲୁରୁ ପ୍ରଥମ ଓ୍ଵିକେଟ୍‌ରେ ୬୪ ରନ୍‌ କରିଛି। ସେହିଭଳି ୨ୟ ଓ୍ଵିକେଟ୍‌ରେ ଅଧିନାୟକ ବିରାଟ କୋହଲି (୮୪ ରନ୍‌, ୨୪ ବଲ୍‌, ୩ ଚୌକା) ଓ ଏବି ଡିଭିଲିୟର୍ସ (୬୩ ରନ୍‌, ୩୨ ବଲ୍‌, ୫ ଚୌକା ଓ ୪ ଛକା) ୧୦୮ ରନ୍‌ର ଭାଗିଦାରୀ ହୋଇ ପାରିଛନ୍ତି। ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ କରିଛି। ଫଳରେ କୋଲକାତାକୁ ୨୦୬ ରନ୍‌ ଟାର୍ଗେଟ ମିଳିଛି। ମାର୍କସ ଷ୍ଟେଇନିସ୍‌ ଅପରାଜିତ ୨୮ ରନ୍‌ କରି ପାଭଲିଅନ୍‌ ଫେରିଥିଲେ।

ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ବେଙ୍ଗାଲୁରୁର ଓପନ୍‌ର ପାର୍ଥିବ ପଟେଲ ୨୫ ରନ୍‌ କରି ପ୍ରଥମ ଓ୍ଵିକେଟ୍‌ ଭାବରେ ନୀତିଶ ରାଣାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଏହା ପରେ କୋହଲି ଦ୍ୱିତୀୟ ଓ୍ଵିକେଟ ଭାବରେ କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍‌ ହୋଇଥିବା ବେଳେ ସୁନିଲ ନାରାୟଣଙ୍କ ଶିକାର ହୋଇଥିଲେ ଏବି ଡିଭିଲିୟର୍ସ। ସ୍କୋର ୧୮୫ ରନ୍‌ରେ ଡିଭିଲିୟର୍ସ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ।

publive-image

ଅଙ୍କ ତାଲିକାର ନିମ୍ନରେ ଥିବା ବେଳେ କୋଲକାତା ଚତୁର୍ଥ ସ୍ଥାନରେ ଥାଇ ହାଇଦ୍ରାବାଦ୍‌, ପଂଜାବ ଓ ଚେନ୍ନାଇ ସହିତ ସମକକ୍ଷ ହେବାକୁ ଉଦ୍ୟମ କରୁଛି। ଏଯାଏଁ କୋଲକାତା ୬ ଓ୍ଵିକେଟ୍‌ରେ ମାର୍ଚ୍ଚ ୨୪ରେ ସନରାଇଜର୍ସ ହାଇଦ୍ରାବାଦ ଓ ୨୮ ରନ୍‌ରେ ମାର୍ଚ୍ଚ ୨୭ରେ ପଂଜାବକୁ ପରାସ୍ତ କରିଛି। ମାର୍ଚ୍ଚ ୩୦ରେ କୋଲକାତା-ଦିଲ୍ଲୀ ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭରରେ ଫଳାଫଳ ବାହାରିଥିଲା। ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା।

ଦ୍ୱାଦଶ ସଂସ୍କରଣର ଆଇପିଏଲ୍‌ରେ ବେଙ୍ଗାଲୁରୁର ପୂର୍ବରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଟିମ୍‌ ୪ଟି ମ୍ୟାଚ ହାରି ସାରିଛି। ବେଙ୍ଗାଲୁରୁ ଉଦ୍‌ଘାଟନୀ ମ୍ୟାଚରେ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗସ୍‌ ଠାରୁ ୭ ଓ୍ଵିକେଟ୍‌ରେ, ମାର୍ଚ୍ଚ ୨୮ରେ ମୁମ୍ବାଇଠାରୁ ୬ ରନ୍‌ରେ, ମାର୍ଚ୍ଚ ୩୧ରେ ହାଇଦ୍ରାବାଦ୍‌ ଠାରୁ ୧୧୮ ରନ୍‌ରେ ଓ ଏପ୍ରିଲ ୨ରେ ରାଜସ୍ଥାନ ରୟାଲସ୍‌ ଠାରୁ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe