ସାଉଦି ଆରବରେ ହେବ ଆଇପିଏଲ୍ ମେଗା ନିଲାମ

ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଆନୁଷ୍ଠାନିକ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ୨୦୨୫ରେ ଖେଳାଯିବାକୁ ଥିବା ଆଇପିଲର ୧୮ତମ ସଂସ୍କରଣ ପୂର୍ବରୁ ହେବାକୁ ଥିବା ମେଗା ନିଲାମ ପାଇଁ ତାରିଖ ଘୋଷଣା କରିଛି । ନଭେମ୍ବର ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଦ୍ଦା ସହରରେ ଖେଳାଳିଙ୍କ ନିଲାମ ଅନୁଷ୍ଠିତ ହେବ।

ଆଇପିଏଲ୍‌: ଏଥର ରେକର୍ଡ ୨୦୦+ ସ୍କୋର୍‌

ମୁମ୍ବାଇ: ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଆନୁଷ୍ଠାନିକ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ୨୦୨୫ରେ ଖେଳାଯିବାକୁ ଥିବା ଆଇପିଲର ୧୮ତମ ସଂସ୍କରଣ ପୂର୍ବରୁ ହେବାକୁ ଥିବା ମେଗା ନିଲାମ ପାଇଁ ତାରିଖ ଘୋଷଣା କରିଛି । ଏଥର ନଭେମ୍ବର ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଦ୍ଦା ସହରରେ ଖେଳାଳିଙ୍କ ନିଲାମ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ରେ ଆଇପିଏଲର ସମସ୍ତ ୧୦ଟି ଫ୍ରାଞ୍ଚାଇଜି ସେମାନଙ୍କ ରିଟେନ୍ ଖେଳାଳିଙ୍କ ନାମ ଘୋଷଣା କରିଥିଲେ, ଯାହା ପରେ ଏଥର ନିଲାମରେ ଅନେକ ବଡ଼ ବଡ଼ ନାମ ସାମିଲ ହେବେ। ଏଥିରେ ସମସ୍ତ ଦଳରେ ୨୦୪ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଛି।

ଆଇପିଏଲର ଆଗାମୀ ମେଗା ନିଲାମ ବହୁତ ରୋଚକ ହେବ ବୋଲି ଆଶା କରାଯାଉଛି, ଯେଉଁଥିରେ ଋଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ଭଳି ଅନେକ ବଡ ଖେଳାଳି ଏଥିରେ ସାମିଲ ହେବେ । ଏଥର ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ମିଳିତ ଭାବେ ମୋଟ ୪୬ ଜଣ ଖେଳାଳିଙ୍କୁ ରିଟେନ୍ କରିଛନ୍ତି, ଯେଉଁମାନଙ୍କ ନାମ ଅକ୍ଟୋବର ୩୧ରେ ଘୋଷଣା କରାଯାଇଥିଲା। ଯେଉଁ ୨ ଦିନ ମଧ୍ୟରେ ଆଇପିଏଲ୍ ମେଗା ନିଲାମ ଆୟୋଜନ କରାଯାଉଛି, ସେହି ୨ ଦିନ ମଧ୍ୟରେ ଭାରତୀୟ ଦଳ ପର୍ଥରେ ଏକ ଟେଷ୍ଟ ମ୍ୟାଚ୍ ଖେଳୁଥିବ । ଏହା ପୂର୍ବରୁ ୨୦୨୪ରେ ଦୁବାଇରେ ଆଇପିଏଲ୍ ମିନି ନିଲାମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe