ଆଇପିଏଲ୍‌: ମୁମ୍ବାଇକୁ ୫୪ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର

Advertisment
ଆଇପିଏଲ୍‌: ମୁମ୍ବାଇକୁ ୫୪ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ୩୯ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୫୪ ରନ୍‌ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତି ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥଲା । ଜବାବରେ ମୁମ୍ବାଇ ୧୮.୧ ଓଭରରେ ସମସ୍ତ ୱିକେଟ ହରାଇ ୧୧୧ ରନ୍‌ କରିବାରେ ସକ୍ଷମ ହୋଇଥିଲା । ବାଙ୍ଗାଲୋର ପକ୍ଷରୁ ଏହି ମ୍ୟାଚରେ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା । ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ହାଟ୍ରିକ୍‌ ୱିକେଟ ସହ ୪ଟି ୱିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ୩ଟି, ଗ୍ଲେନ୍ ମ୍ୟାକ୍ସୱେଲ ୨ଟି ଓ କାଇଲ୍ ଜାମିସନ୍ ଗୋଟିଏ ୱିକେଟ ନେଇ ବାଙ୍ଗାଲୋରକୁ ବିଶାଳ ବିଜୟ ଦେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ତୃତୀୟରେ ଥିବା ବେଳେ ମୁମ୍ବାଇ ହାଟ୍ରିକ୍ ପରାଜୟ ସହ ଟେବୁଲ ତାଲିକାରେ ଅଷ୍ଟମରେ ରହିଛି ।

ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବିରାଟ କୋହଲିଙ୍କ ଟିମ୍‌ ନିର୍ଦ୍ଧାରତି ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥଲା। ଆରସିବିର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ବିରାଟ କୋହଲି (୫୧ ରନ୍‌, ୪୨ ବଲ୍‌, ୩ ଚୌକା ଓ ୩ ଛକା) ଓ ଦେବଦତ୍ତ ପଡିକଲ। ଯୁବ ବ୍ୟାଟ୍‌ସମ୍ୟାନ ଦେବଦତ୍ତ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରିଥିଲେ। ଦେବଦତ୍ତଙ୍କ ସ୍ଥାନ ପୂରଣ କରିବା ପାଇଁ କ୍ରିଜକୁ ପ୍ରବେଶ କରିଥିଲେ ଶ୍ରୀକର ଭରତ। ବିରାଟ କୋହଲି ଓ ଶ୍ରୀକର ଦ୍ୱିତୀୟ ଓ୍ଵିକେଟ ପାଇଁ ୬୮ ରନ୍‌ର ଭାଗିଦାରୀ ଦେଇଥିଲେ।

ଆରସିବିର ଅଲରାଉଣ୍ଡର ଗ୍ଲେନ୍‌ ମେକ୍ସେଓ୍ଵଲ ଦଳ ପାଇଁ ବ୍ୟକ୍ତିଗତ ଭାବରେ ୫୬ ରନ୍‌ ସଂଗ୍ରହ କରିଥିଲେ। ଏବି ଡି’ଭିଲିୟର୍ସଙ୍କ ବ୍ୟାଟରୁ ୧୧ ରନ୍‌ ମିଳିଥିଲା। ମୁମ୍ବାଇ ତରଫରୁ ଜସପ୍ରୀତ ବୁମରା ୩ଟି ଓ୍ଵିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ, ଆଦମ ମିଲନେ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe