ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ଆଇପିଏଲ୍‌ ଶ୍ରେଷ୍ଠ: ଲାଙ୍ଗର

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ଆଇପିଏଲ୍‌ ଶ୍ରେଷ୍ଠ: ଲାଙ୍ଗର

ମେଲବର୍ନ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ଆଇପିଏଲ୍‌ ହେଉଛି ଶ୍ରେଷ୍ଠ ପ୍ରତିଯୋଗିତା। କିନ୍ତୁ ସ୍ବାସ୍ଥ୍ୟ ସବୁଠୁ ଆଗରେ ଆସିବ। କାରଣ ଏହି ଟ୍ବେଣ୍ଟି-୨୦ ଲିଗ୍‌ ଜରିଆରେ କୋଭିଡ-୧୯ ସ˚କ୍ରମଣର ଆଶଙ୍କା ଅଧିକ ରହିବ। ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର ସ୍ଥାନୀୟ ଏକ କ୍ରୀଡ଼ା ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। ଆଇପିଏଲ୍‌ର ତ୍ରୟୋଦଶ ସ˚ସ୍କରଣ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି।

ଲାଙ୍ଗର କହିଛନ୍ତି ଯେ ଏଭଳି ସଙ୍କଟ ଆସିବା ପୂର୍ବରୁ ଆମ ଖେଳାଳିମାନଙ୍କୁ ଆଇପିଏଲ୍‌ରେ ଖେଳିବା ପାଇଁ ପ୍ରସ୍ତୁତ କରିସାରିଥିଲୁ। ଏଠାରେ ଭଲ ଅଭ୍ୟାସ ମିଳିବା ସହ ବଡ଼ ପ୍ରତିଯୋଗିତାରେ ଖେଳିବା ଭଳି ସୁଯୋଗ ସେମାନେ ପାଇପାରିବେ। କିନ୍ତୁ ଏବେ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। କେବଳ ଆମ ଖେଳାଳି ନୁହଁନ୍ତି, ଭାରତ ସମେତ ସମସ୍ତ ଅ˚ଶଗ୍ରହଣକାରୀ ଦେଶମାନଙ୍କର ସ୍ବାସ୍ଥ୍ୟ ଚିନ୍ତା ସବୁଠୁ ଉଦ୍‌ବେଗଜନକ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ଆଇପିଏଲ୍‌ରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଡେଭିଡ ଵାର୍ନର, ଆରୋନ୍‌ ଫିଞ୍ଚ, ଷ୍ଟିଭ୍‌ ସ୍ମିଥ୍‌ଙ୍କ ନାମ ଚର୍ଚ୍ଚାରେ ରହିଥିଲା। ଲାଙ୍ଗର ବର୍ତମାନ ଜାତୀୟ ଚୟନ କର୍ତ୍ତା ସଦସ୍ୟ ଭାବେ ଅଛନ୍ତି, ତେଣୁ ଅଷ୍ଟ୍ରେଲିଆ ଭଳି ଏକ ମଜବୁତ ଦଳର ଚୟନ ପାଇଁ ସେ କୌଣସି ଚାପର ବଶବର୍ତୀ ନୁହଁନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି। ଆରୋନ୍‌ ଫିଞ୍ଚଙ୍କ ନେତୃତ୍ବାଧୀନ ଦଳ ଗତ ଫେବ୍ରୁଆରିରେ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାକୁ ୨-୧ରେ ପରାସ୍ତ କରିଥିଲା। ଅକ୍ଟୋବରରୁ ଆରମ୍ଭ ହେବାକୁ ପଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ମୁକାବିଲା ପାକିସ୍ତାନ ସହିତ ହେବ। ଯଦିଓ ବିଶ୍ବକପ୍‌ ସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ, ତଥାପି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାଗୁଡ଼ିକୁ ଆଇସିସି ବାତିଲ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe