ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ର ବୋଲିଂ ନିଷ୍ପତ୍ତି, ମୁମ୍ବାଇ ଇଣ୍ଡିଆନସ୍‌ର ବ୍ୟାଟିଂ ଜାରି

Advertisment
ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବନି ସିଏସ୍‌କେ!

Cricbuzz

ଚେନ୍ନାଇ: ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନସ୍‌ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଶୁକ୍ରବାର ମୁକାବିଲା ହେଉଛି। ଏମଏ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଆୟୋଜକ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ମୁମ୍ବାଇ ଇଣ୍ଡିଆସନସ୍‌ ବ୍ୟାଟିଂ ଜାରି ରଖିଛି।

ଚଳିତ ଆଇପିଏଲ୍‌ରେ ଏଯାଏଁ ଖେଳାଯାଇଥିବା ମ୍ୟାଚକୁ ଆଧାର କଲେ ଚେନ୍ନାଇ ହେଉଛି ସବୁଠାରୁ ଶକ୍ତିଶାଳୀ ଟିମ୍‌। ଏହି ଟିମ୍‌ ୧୧ଟି ମ୍ୟାଚ ଖେଳି ୮ଟିରେ ବିଜୟ ହାସଲ କରିଥିବା ବେଳେ ୩ଟି ମ୍ୟାଚ ହାରିଛି। ଅଙ୍କ ତାଲିକାରେ ୧୬ ପଏଣ୍ଟ ହାସଲ କରି ଚେନ୍ନାଇ ପ୍ରଥମ ସ୍ଥାନ ଅଧିକାର କରିଛି। ଅପରପକ୍ଷେ ମୁମ୍ବାଇ ଇଣ୍ଡିଆନସ୍‌ ୧୦ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି। ଅଙ୍କ ତାଲିକାରେ ୩ୟ ସ୍ଥାନ ପାଇଥିବା ମୁମ୍ବାଇ ଏଯାଏଁ ୧୨ ପଏଣ୍ଟ ପାଇଛି।

ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚଳିତ ମାସ ୩ ତାରିଖରେ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଚେନ୍ନାଇ ୮ଟି ଓ୍ଵିକେଟ ହରାଇ ୧୩୩ ରନ କରି ୩୭ ରନରେ ପରାଜୟ ସ୍ୱିକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe