ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲାରେ ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

Advertisment
ଆଇପିଏଲ୍‌ କ୍ୱାଲିଫାୟର-୨ ମୁକାବିଲାରେ ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

Zee News

ବିଶାଖାପାଟଣା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର କ୍ୱାଲିଫାୟର-୨ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ଦିଲ୍ଲୀ କ୍ୟାପିଟାଲସ୍‌ ଭେଟିଛି। ବିଶାଖାପାଟଣାସ୍ଥିତ ଡ. ଓ୍ଵାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ମୁମ୍ବାଇ ଟିମ୍‌ ଫାଇନାଲରେ ପହଂଚି ସାରିଛି। ମୁମ୍ବାଇ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବା ପାଇଁ ଦ୍ୱିତୀୟ ଫାଇନାଲିଷ୍ଟ କିଛି ଘଣ୍ଟା ମଧ୍ୟରେ ନିର୍ଦ୍ଧାରଣ ହୋଇଯିବ। ଦିଲ୍ଳୀର ଯୁବ ଟିମ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳୁଥିବା ଟିମକୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇସାରିଛି। ଦିଲ୍ଲୀ ନିକଟରେ ପ୍ରଥମ ଥର ପାଇଁ ଫାଇନାଲ ଏବଂ ଚେନ୍ନାଇ ପାଇଁ କ୍ରମାଗତ ଭାବେ ୨ୟ ଥର ଫାଇନାଲ ମ୍ୟାଚ ଖେଳିବାର ସୁଯୋଗ ଆସିଛି। ଏଥି ପାଇଁ ଆଜିର ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ।

ଚଳିତ ଆଇପିଏଲ୍‌ରେ ଉଭୟ ଦିଲ୍ଲୀ ଏବଂ ଚେନ୍ନାଇ ୧୪-୧୪ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି। ପୁଣି ଉଭୟ ଟିମ୍‌ ୯-୯ଟି ମ୍ୟାଚ୍‌ ଜିତିଛନ୍ତି। ତେଣୁ ଫାଇନାଲକୁ କିଏ ଉତ୍ତିର୍ଣ୍ଣ ହେବା ମ୍ୟାଚ୍‌ ଶେଷ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe