ଆଇପିଏଲ୍‌: ଇମ୍ରାନ୍‌ ତାହିରଙ୍କୁ ୪ ଓ୍ଵିକେଟ୍‌, ଦିଲ୍ଲୀ କ୍ୟାପିଟାଲସ୍‌କୁ ୮୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

Advertisment
ଆଇପିଏଲ୍‌: ଇମ୍ରାନ୍‌ ତାହିରଙ୍କୁ ୪ ଓ୍ଵିକେଟ୍‌, ଦିଲ୍ଲୀ କ୍ୟାପିଟାଲସ୍‌କୁ ୮୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

Cricbuzz

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫୦ତମ ମ୍ୟାଚରେ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍‌ ୮୦ ରନ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌କୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଦିଲ୍ଲୀ ୧୮୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ୧୬.୨ ଓଭରରେ ୯୯ ରନ୍‌ କରିଛି। ଫଳରେ ଚେନ୍ନାଇଠାରୁ ୮୦ ରନ୍‌ରେ ପରାସ୍ତ ହୋଇଛି।

ଓପନ୍‌ର ଶିଖର ଧାଓ୍ଵନ ୧୩ଟି ବଲ ଖେଳି ୧୯ ରନ୍‌ କରିଥିଲେ। ସେ ହରଭଜନ ସିଂହଙ୍କ ବଲ୍‌ରେ ଆଉଟ ହୋଇ ପାଭଲିଅନ୍‌ ଫେରି ଯାଇଥିଲେ। ଅଧିନାୟକ ଶ୍ରେୟସ ଆୟାର ୪୪ ରନ୍‌ କରିଥିଲେ। ସେ ୩୩ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଟିମ୍‌ର ଅନ୍ୟ କୌଣସିି ଖେଳାଳି ବ୍ୟକ୍ତିଗତ ଭାବେ ୧୦ ରନ୍‌ କରିପାରି ନଥିଲେ। ଚେନ୍ନାଇ ଟିମ୍‌ର ଇମ୍‌ରାନ୍‌ ତାହିରଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ରବୀନ୍ଦ୍ର ଜାଦେଜା ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ଦିପକ ଚହର ଓ ହରଭଜନ ସିଂହଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

publive-image Cricbuzz

ପ୍ରଥମ ଇନିଂସରେ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲସ୍‌ ବିପକ୍ଷରେ ୧୭୯ ରନ୍‌ କରିଥିଲା। ଚେନ୍ନାଇ ୪ଟି ଓ୍ଵିକେଟ ହରାଇ ଏହି ରନ୍‌ କରିବା ପରେ ଦିଲ୍ଲୀକୁ ୧୮୦ ରନ୍‌ ଟାର୍ଗେଟ ମିଳିଥିଲା। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଚେନ୍ନାଇ ବ୍ୟାଟିଂ କରିଥିଲା। ରାଇନା ୩୭ଟି ବଲ ଖେଳି ୫୯ ରନ୍‌ କରିଥିଲେ। ଜଗଦୀଶ ସୁଚିତଙ୍କ ବଲ୍‌ରେ ଆଉଟ୍‌ ହେବା ପୂର୍ବରୁ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

publive-image Cricbuzz

ଓପନର ଫାପ୍‌ ଡୁପ୍ଲେସିସ୍‌ ୩୯ ରନ୍‌ କରିଥିଲେ। ସେ ୪୧ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ମାରିବା ପରେ ଚେନ୍ନାଇର ୨ୟ ଓ୍ଵିକେଟ ଭାବେ ଆଉଟ୍‌ ହୋଇଥିଲେ। ତାଙ୍କ ପୂର୍ବରୁ ସେନ୍‌ ଓ୍ଵାଟସନ୍‌ ବିନା ଖାତା ଖୋଲି ସୁଚିତଙ୍କ ଦ୍ୱାରା ପାଭଲିଅନ୍‌ ଫେରିଥିଲେ। ଚେନ୍ନାଇ ମାତ୍ର ୪ ରନ୍‌ରେ ଓ୍ଵାଟସନ୍‌ଙ୍କୁ ହରାଇଥିବା ବେଳେ ସ୍କୋର ୮୭ ରନ୍‌ରେ ଫାପ୍‌ ଡୁପ୍ଲେସିସ୍‌, ୧୦୨ ରନ୍‌ରେ ରାଇନା ଓ ୧୪୫ ରନ୍‌ରେ ରବୀନ୍ଦ୍ର ଜାଦେଜା ଆଉଟ୍‌ ହୋଇଥିଲେ। କ୍ରିସ୍‌ ମୋରିସ୍‌ଙ୍କ ବଲରେ ଜାଦେଜା (୨୫ ରନ୍‌, ୧୦ ବଲ) ଆଉଟ୍‌ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୪୪ ରନ୍‌ (୨୨ ବଲ)ଓ ଅମ୍ବାତି ରାୟଡୁ ୨ଟି ବଲ ଖେଳି ଅପରାଜିତ ୫ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe