ଏହି ଆଇପିଏଲ୍ କ୍ରିକେଟରଙ୍କ ଉପରେ ଲାଗିଲା ଦୁଷ୍କର୍ମର ଆରୋପ

tbdgwjqhdghwq

ଜୟପୁର: ରାଜସ୍ଥାନର ଆଇପିଏଲ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଯୋଧପୁରରେ ଆଇପିଏଲ ଖେଳାଳି ଶିବଲିକ ଶର୍ମାଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଏବେ ତାଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି। ଶିବଲକ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ରିକେଟ ଖେଳିଛନ୍ତି।

କୁହାଯାଉଛି ଯେ, ଶିବଲିକ୍ ଯୋଧପୁରର ଜଣେ ପୀଡିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ତେଣୁ, ପୀଡିତା ଯୋଧପୁରର କୁଡି ଭଗତାସୁନି ହାଉସିଂ ବୋର୍ଡ ଥାନାରେ ଶିବାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ପୁଲିସର କହିବା ଅନୁଯାୟୀ, ଯୁବତୀ ଫେବ୍ରୁଆରି ୨୦୨୩ରେ ବରୋଦା ବୁଲିବାକୁ ଯାଇଥିବା ବେଳେ ଶିବଲିକଙ୍କୁ ଭେଟିଥିଲା।ବନ୍ଧୁତା ଧୀରେ ଧୀରେ ଗଭୀର ହେଲା ଏବଂ ସେମାନେ ନିୟମିତ ଭାବରେ ଫୋନ୍‌ରେ କଥା ହେବା ଆରମ୍ଭ କଲେ। ଏହା ପରେ ଉଭୟଙ୍କ ପରିବାର ଅଗଷ୍ଟ ୨୦୨୩ରେ ଭେଟି ଦୁହିଁଙ୍କ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରେ, ଯେତେବେଳେ ଶିବାଲିକ୍ ଯୋଧପୁର ଆସିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ୨୦୨୪ ମସିହାରେ ଦୁହେଁ ରାଜସ୍ଥାନର ଅନେକ ସ୍ଥାନ ମଧ୍ୟ ବୁଲିଥିଲେ। କିନ୍ତୁ ଅଗଷ୍ଟ ୨୦୨୪ ମସିହାରେ ଶିବଲିକ ଜଣେ ଜଣାଶୁଣା କ୍ରିକେଟର ହୋଇଯାଇଥିବାରୁ ଭଲ ସ୍ଥାନରେ ପୁଅର ବିବାହ କରିବାକୁ ଚ‌ାହୁଥିବା କହି ତାଙ୍କ ପିତାମାତା ନିର୍ବନ୍ଧ ଭାଙ୍ଗି ଦେଇଥିଲେ। ଏହା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe