Times of India
ନୂଆଦିଲ୍ଲୀ: ଦିଲ୍ଲୀ ଓ କୋଲକାତା ମ୍ୟାଚ ଶନିବାର ରୋମାଂଚକର ହୋଇଛି। ଉଭୟ ଟିମ ୨୦ ଓଭର ଖେଳି ୧୮୫-୧୮୫ ରନ୍ କରିବା ପରେ ସୁପର ଓଭରରେ ଫଳାଫଳ ବାହାରିଛି। ସ୍କୋର ୧୭୪ ରନ୍ ଥିବା ବେଳେ ପୃଥ୍ଵୀ ସ ୪ର୍ଥ ଓ୍ଵିକେଟ ଭାବରେ ଆଉଟ୍ ହେବା ପରେ ଦଳର ଅନ୍ୟ ଖେଳାଳିମାନେ ୯ଟି ବଲ ଖେଳି ୧୨ ରନ୍ କରିପାରି ନଥିଲେ। ଫଳରେ ସୁପର ଓଭର ଖେଳାଯାଇଛି। ସୁପର ଓଭରରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୦ ରନ୍ କରିଥିବା ବେଳେ କୋଲକାତା ୭ ରନ କରିଛି। ଦିଲ୍ଲୀ ଏହି ମ୍ୟାଚ୍କୁ ଜିତିଛି।
ଯୁବ କ୍ରିକେଟର ପୃଥ୍ଵୀ ସ’ଙ୍କ ବିସ୍ଫୋରକ ଅପରାଜିତ ଶତକ (୯୯ ରନ୍, ୫୫ ବଲ, ୧୨ ଚୌକା ଓ ୩ ଛକା) ବଳରେ ଦିଲ୍ଲୀ କ୍ୟାପିଟାଲସ୍ ଶନିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୦ମ ମ୍ୟାଚ୍ରେ ୬ ଓ୍ଵିକେଟ୍ ହରାଇ ୧୮୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ୧୮୬ ରନ୍ ଟାର୍ଗେଟ ନେଇ ଦିଲ୍ଲୀ ବ୍ୟାଟିଂ କରିଥିଲା। ସ୍କୋର ୨୭ ରନ୍ରେ ଶିଖର ଧାଓ୍ଵନ (୧୬ ରନ୍) ପୀୟୁଷ ଚାଓ୍ଵଲାଙ୍କ ବଲ ଆନ୍ଦ୍ରେ ରସେଲଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ ଫେରିଥିଲେ। ଏହା ପରେ ଅଧିନାୟକ ଶ୍ରେୟସ ଆୟାର ପଡିଆକୁ ପ୍ରବେଶ କରିଥିଲେ। ପୃଥ୍ଵୀଙ୍କ ସହ ଆୟାର ଦ୍ୱିତୀୟ ଓ୍ଵିକେଟରେ ୮୯ ରନ୍ ଭାଗିଦାରୀ ହୋଇଥିଲେ। ଆୟରଙ୍କ ଆଉଟ୍ ପରେ ଟିମ୍ର ଅନ୍ୟତମ ଯୁବ ଖେଳାଳି ଋଷଭ ପନ୍ତ ପଡ଼ିଆକୁ ପ୍ରବେଶ କରିଥିଲେ।
ପ୍ରଥମ ଇନିଂସରେ ଆନ୍ଦ୍ରେ ରସେଲ (୬୨ ରନ୍, ୨୮ ବଲ୍, ୪ ଚୌକା, ୬ ଛକା) ପୁଣି ଥରେ ହିଟ୍ ହୋଇଥିଲେ। କୋଲକାତା ୯.୧ ଓଭରରେ ୫ଟି ଓ୍ଵିକେଟ୍ରେ ୬୧ ରନ୍ କରିଥିବା ବେଳେ ୬ଷ୍ଠ ଓ୍ଵିକେଟ୍ରେ ଦିନେଶ କାର୍ତ୍ତିକ (୫୦ ରନ୍, ୩୬ ବଲ, ୫ ଚୌକା ଓ ୨ ଛକା)ଙ୍କ ସହିତ ରସେଲ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୫ ରନ୍ କରିଥିଲେ। ଫଳରେ ଦିଲ୍ଲୀକୁ ୮୬ ରନ୍ ବିଜୟ ଲକ୍ଷ୍ୟ ମିଳଥିଲା।
Hindustan Timesକୋଲକାତାର ସ୍କୋର ୧୭୦ ରନ୍ରେ କ୍ୟାପ୍ଟେନ୍ ଦିନେଶ କାର୍ତ୍ତିକ ପାଭଲିଅନ୍ ଫେରି ଯାଇଥିଲେ। ଦିଲ୍ଲୀର ହର୍ଷଲ ପଟେଲ ଓ କାଗିସୋ ରାବାଡାଙ୍କୁ ୨-୨ ଓ୍ଵିକେଟ ମିଳିଛି। ସନ୍ଦୀପ ଲାମିଛନେ, କ୍ରିସ୍ ମୋରିସ ଓ ଅମିତ ମିଶ୍ରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲସ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତାକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ମାତ୍ର ଦଳ ପ୍ରଥମ ୧୦ ଓଭର ଭଲ ପ୍ରଦର୍ଶନ କରି ନଥିଲା। ସ୍କୋର ୧୬ ରନ୍ରେ ଓପନର ନିଖିଲ ନାଏକ, ୩୬ ରନ୍ରେ ରବିନ ଉଥାପା, ୪୦ ରନ୍ରେ କ୍ରିସ୍ ଲିନ୍, ୪୪ ରନ୍ରେ ନୀତିଶ ରାଣା ଓ ୬୧ ରନ୍ରେ ଶୁଭମନ ଗିଲ ଆଉଟ୍ ହୋଇଥିଲେ। କ୍ରିସ୍ ମୋରିସ୍ଙ୍କ ବଲ ରାହୁଲ ତେଓ୍ଵାଟିଆଙ୍କୁ କ୍ୟାଚ୍ ଦେବା ପୂର୍ବରୁ ରସେଲ ଦଳର ସ୍କୋରକୁ ୧୫୬ ରନ୍ରେ ପହଂଚାଇଥିଲେ।
Follow Us